ହରିଦ୍ବାର: ଧର୍ମସଂସଦରେ ବିବାଦୀୟ ବକ୍ତବ୍ୟ ଦେଇ ଜେଲରେ ଥିବା ଓ୍ବାସିମ ରିଜଭିଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆସ୍ବସ୍ଥି ମିଳିଛି । ତାଙ୍କୁ ସସର୍ତ୍ତ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୟୁପି ସିୟା ଓ୍ବାକ ଅଫ୍ ବୋର୍ଡର ପୂର୍ବତନ ସଭାପତି ଥିବା ରିଜଭି ହରିଦ୍ବାର ଧର୍ମ ସଂସଦରେ ହେଟ ସ୍ପିଚ୍ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏବେ ରିଜଭି ହରିଦ୍ବାର ଜେଲରେ ଅଛନ୍ତି ।
ସ୍ବାସ୍ଥ୍ୟ କାରଣ ନେଇ ତାଙ୍କୁ ପୂର୍ବରୁ କିଛି ଦିନ ପାଇଁ ଜାମିନ ପ୍ରଦାନ କରାଯାଇଥିଲା । ହରିଦ୍ୱାରର ଖଡଖଡି ସ୍ଥିତ ବେଦ ନିକେତନରେ ଡିସେମ୍ବର ୧୭ ରୁ ୧୯ ଯାଏଁ ଧର୍ମସଂସଦର ଆୟୋଜନ କରାଯାଇଥିଲା । ଏହି ସଭାରେ ସାଧୁ ମାନଙ୍କ ପକ୍ଷରୁ ଘୃଣା ବକ୍ତବ୍ୟ ପ୍ରଦାନ କରାଯାଇଥିବା ନେଇ ମାମଲା ରୁଜୁ ହୋଇଥିଲା । ଅନ୍ୟପକ୍ଷରେ ହରିଦ୍ୱାର ପୋଲିସ ମଧ୍ୟ ଏହି ମାମଲାରେ ରିଜଭିଙ୍କ ସହ ଅନ୍ୟମାନଙ୍କୁ ଗିରଫ କରିଥିଲା ।
Comments are closed.