Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର : ଦୀର୍ଘଦିନ ଧରି ଅସୁସ୍ଥ ରହି ଶ୍ରୀଜିଉ ଅଣସର ଘରେ ସେବା ପାଉଥିବାବେଳେ ଧିରେ ଧିରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ଏହି ଅବସରରେ ଶ୍ରୀଜୀଉଙ୍କ ନିକଟରେ ଘଣା ଏବଂ ଖଳି ଲାଗି ହେବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।

ଶ୍ରୀମନ୍ଦିରରେ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣାଲାଗି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହା ପରେପରେ ମହାପ୍ରଭୁଙ୍କ ବନକ ଲାଗି ନୀତିକାନ୍ତି ଆରମ୍ଭ ହୋଇଥାଏ । ତେବେ ଆସନ୍ତା କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବାକୁ ଯାଉଛି । ଫଳରେ ଏକପ୍ରକାର ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ ।

ଏଠାରେ ଉଲ୍ଲେଖଯୋଗ୍ୟ, ଦତ୍ତ ମହାପାତ୍ର ସେବକମାନେ ବନକଲାଗି ନୀତି ସମ୍ପନ୍ନ କରିଥାନ୍ତି । ବିଭିନ୍ନ ପ୍ରକାରର ପ୍ରାକୃତିକ ଦ୍ରବ୍ୟ ଯଥା- ହିଙ୍ଗୁଳ, ହରିତାଳ, କେଶର, କଇଁଥ ଅଠା, କସ୍ତୁରୀ ଏବଂ ତେଲର ମିଶ୍ରଣରେ ଏହି ‘ବନକ’ ପ୍ରସ୍ତୁତ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହି ବନକକୁ ଶ୍ରୀଜିଉଙ୍କ ଶ୍ରୀଙ୍ଗାରରେ ବ୍ୟବହାର କରାଯାଇଥାଏ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.