Latest Odisha News

BREAKING NEWS

ଋଷ ଭଳି ଚୀନ ଉପରେ ପ୍ରତିବନ୍ଧକ ଲଗାଇପାରେ ଆମେରିକା

ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ପରଠାରୁ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଅନ୍ୟପଟେ ଚୀନ ତାଇଓ୍ୱାନ ଉପରେ ଚାପ ପକାଇବାକୁ ଯାଇ ସୀମାରେ ସମରଭ୍ୟାସ କରୁଛି । ହେଲେ ତାଇୱାନ ସହିତ ଆମେରିକା ରହିଛି ବୋଲି କହିଆସୁଛି। ତେଣୁ ଆମେରିକା ବେଜିଂ ଉପରେ ପ୍ରତିବନ୍ଧକ ଲଗାଇପାରେ ବୋଲି ଅନୁମାନ କରାଯାଉଛି।

ବାଣିଜ୍ୟ କ୍ଷେତ୍ରରେ ଚୀନ ଓ ଆମେରିକା ପରସ୍ପରର ପ୍ରତିଦ୍ବନ୍ଦୀ । ଏବେ ବାଣିଜ୍ୟ କ୍ଷେତ୍ରରେ ଚୀନକୁ ପଛରେ ପକାଇବା ଲକ୍ଷ୍ୟରେ ରହିଚି ଆମେରିକା । ତେଣୁ କମ୍ପ୍ୟୁଟର ଚିପ ଓ ଟେଲିକମ୍ ଉପରେ କେତେକ ବାଣିଜ୍ୟ କଟକଣା ଲାଗୁ କରିବ ବୋଲି ଜଣାପଡିଛି। ଆମେରିକା ବାଣିଜ୍ୟ ବିଭାଗର ପୂର୍ବତନ ଅଧିକାରୀ ନଜକ୍ ନିକାଟ୍ଟାରଙ୍କ କହିବା ଅନୁୟାୟୀ, ଚୀନ୍ ସହିତ କମ୍ପ୍ୟୁଟର ଚିପ୍ ଓ ଟେଲିକମ୍ କ୍ଷେତ୍ରରେ ଆମେରିକା କେତେକ ବାଣିଜ୍ୟ କଟକଣା ଲାଗୁ କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଚୀନ୍ ବିରୋଧରେ ୟୁରୋପୀୟ ୟୁନିଅନ୍ ମଧ୍ୟ ଏହା କରିପାରେ।

ଚୀନ୍‌ର ସାମରିକ ଧମକ ପରେ ତାଇୱାନ ସହ ରହିଛୁ ବୋଲି ଆମେରିକା କହିଛି। ତାଇୱାନ ଚାପରେ ଆସିବ ନାହିଁ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରକ୍ଷା ଦେବୁ ବୋଲି ଆମେରିକା କହିଛି। ତାଇୱାନ ପଛକୁ ହଟିବାର ପ୍ରଶ୍ନ ଉଠୁନି।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ଆମେରିକା ବିଭିନ୍ନ ପ୍ରତିବନ୍ଧକ ଲଗାଇଛି। ଏହାଦ୍ୱାରା ଋଷର ବ୍ୟବସାୟ ପ୍ରଭାବିତ ହୋଇଛି। ସେହିପରି ୟୁରୋପୀୟ ୟୁନିଅନ ମଧ୍ୟ ଋଷ ଉପରେ କଟକଣା ଲଗାଇଛି।

Comments are closed.