Latest Odisha News

ପୁରୀରେ ଆମିକସକ୍ୟୁରି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ କଲେ ଆଲୋଚନା

ପୁରୀ: ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ.କେ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ନେଇ ଆଲୋଚନା କରିଛନ୍ତି । ଏଏସଆଇ ଅଧିକାରୀଙ୍କ ସହ ମିଶି ଶ୍ରୀମନ୍ଦିରରେ ନିର୍ମାଣ ଅନୁଧ୍ୟାନ କରିଥିବା ବେଳେ ୮ ଦିନ ମଧ୍ୟରେ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ ।

ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟ ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ଏଥିସହ ଗର୍ଭଗୃହ, ଜଗମୋହନ, ଭୋଗ ମଣ୍ଡପ ମରାମତି କାର୍ଯ୍ୟର ମଧ୍ୟ ଅନୁଧ୍ୟାନ ହେବ । ଅନ୍ୟପଟରେ ଭିତର ରତ୍ନଭଣ୍ଡାର ମରାମତି ନେଇ କୌଣସି ଆଲୋଚନା ହୋଇ ନାହିଁ । ଏଏସ୍ଆଇ ପକ୍ଷରୁ କଣ କଣ ମରାମତି କରାଯାଇଛି । ସେ ସବୁର ସ୍ଥିତି କଣ ରହିଛି । ଆଉ କଣ ମରାମତି କରାଯିବ । କେବେ ଓ କିଭଳି କରାଯିବ ତାର ଖସଡ଼ା ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ରୋଷଘର ଓ ସ୍ନାନମଣ୍ଡପର ପଥର ପରିବର୍ତ୍ତନ କରାଯିବ ।

ଶ୍ରୀମନ୍ଦିର ସୁରକ୍ଷା, ମରାମତି ଓ ରକ୍ଷଣାବେକ୍ଷଣ ନେଇ ଆମିକସ୍ କ୍ୟୁରୀ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିବେ । ଆସନ୍ତା ୨୯ ତାରିଖରେ ବସିବ ପରବର୍ତ୍ତୀ ବୈଠକ। ଆମିକସ କ୍ୟୁରୀ ଏ ସୂଚନା ଦେଇଛନ୍ତି ।

Comments are closed.