Latest Odisha News

BREAKING NEWS

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ପିଇବା ଅଭିଯୋଗ, ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଶାଶକ୍ତ ଅବସ୍ଥାରେ ଫ୍ଲାଇଟରେ ଚଢ଼ିବା ଘଟଣାକୁ ନେଇ ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ। ମୁଖ୍ୟମନ୍ତ୍ରୀ ଜର୍ମାନୀରୁ ଏକ ଫ୍ଲାଇଟ ଯୋଗେ ଫେରୁଥିଲେ। ଶେଷ ସମୟରେ ତାଙ୍କୁ ଫ୍ଲାଇଟ ଛାଡିବାକୁ ପଡିଥିଲା। କାରଣ ସେ ମଦ୍ୟପାନ କରୁଥିବା ନେଇ ଅଭିଯୋଗ ହୋଇଥିଲା। କୁହାଯାଉଛି ଯେ ଫ୍ରାଙ୍କଫ୍ରଟ ବିମାନ ବନ୍ଦରରେ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା । ଏହି ଘଟଣା କେତେ ଦୂର ସତ ସେନେଇ ପ୍ରଶ୍ନ ଉଠିଛି।

ସେପଟେ ଏନେଇ ଲୁଫଥାନସା ବିମାନ କମ୍ପାନୀ ନିଜ ଟ୍ୱିଟର ଆକାଉଣ୍ଟରେ ଜବାବ ରଖିଛି। କମ୍ପାନୀ ଏନେଇ ଟ୍ୱିଟ କରି ଲେଖିଛି ଯେ, ‘ଫ୍ରାଙ୍କଫର୍ଟରେ ଅନ୍ୟ ଏକ ଫ୍ଲାଇଟ ଆସିବା କାରଣରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏହି ଫ୍ଲାଇଟ ଉଡ଼ାଣ ଭରିବାରେ ଚାରି ଘଣ୍ଟା ବିଳମ୍ବ ହେଲା। ଏହା ବ୍ୟତିତ ଡାଟା ସୁରକ୍ଷା କାରଣରୁ ଆମେ କୌଣସି ଯାତ୍ରୀଙ୍କ ବିଷୟରେ କୌଣସି ପ୍ରକାର ସୂଚନା ପ୍ରଦାନ କରୁନାହୁଁ।’

ସୂଚନାଥାଉକି ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ଟ୍ୱିଟ କରି ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହଯାତ୍ରୀଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଲୁଫଥାନସା ଫ୍ଲାଇଟରୁ ଓହ୍ଲାଇ ଦିଆଯାଇଥିଲା। ସେ ନିଶାରେ ଥିବାରୁ ଏହିଭଳି କରାଯାଇଥିଲା। ସେ ଚାଲିବା ଅବସ୍ଥାରେ ନଥିଲେ, ତେଣୁ ବାଧ୍ୟ ହୋଇ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।

Comments are closed.