Latest Odisha News

ଜ୍ୱାଇଁର ଠେଙ୍ଗା ମାଡରେ ଶ୍ବଶୁର ମୃତ

ବ୍ରହ୍ମପୁର:ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ମୁଣ୍ଡକେରୀ ଗ୍ରାମରେ ଜ୍ବାଇଁର ଠେଙ୍ଗା ମାଡରେ ଶ୍ବଶୁରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆପନା ବେହେରା (୬୫)। ଜ୍ବାଇଁ ଗଣପତି ବେହେରା (୪୫) ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଣପତିଙ୍କ ଘର ପାତ୍ରପୁର ଗ୍ରାମରେ ହୋଇଥିଲେ ମଧ୍ୟ ମୁଣ୍ଡକେରୀ ଗ୍ରାମରେ ରହିବା ବ୍ୟବସ୍ଥା କରାଇଥିଲେ । ବୁଧବାର କୌଣସି କଥାକୁ ନେଇ ଶ୍ବଶୁର ଓ ଜ୍ବାଇଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଜ୍ବାଇଁ ଗଣପତି ଉତ୍ତ୍ୟକ୍ତ ହୋଇ ଶ୍ବଶୁର ଆପନାଙ୍କ ମୁଣ୍ଡକୁ ଏକ ଠେଙ୍ଗାରେ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ହିଁ ଆପନାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଗାଁରେ ପହଞ୍ଚି ଗଣପତିଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ୨୮୭/୨୨ରେ ଏକ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.