Latest Odisha News

BREAKING NEWS

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ପ୍ରିଂଟିଂ ମିସଟେକ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରାର ପୋଷ୍ଟରରେ ବୀର ସାଭରକରଙ୍କ ଫଟୋ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାକୁ ସ୍ୱାଗତ କରିବା ପାଇଁ କେରଳର ଏର୍ଣ୍ଣାକୁଲମରେ ଏକ ପୋଷ୍ଟର ଲଗା ଯାଇଥିଲା । ସେଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋରେ ବୀର ସାଭରକର ସ୍ଥାନ ପାଇଥିଲେ । ଏହି ପୋଷ୍ଟର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଶେଷରେ କଂଗ୍ରେସ ଏହାକୁ ପ୍ରିଂଟିଂ ମିସଟେକ କହି ଏଡାଇ ଦେଇଥିଲା । ଶେଷରେ ତରବରିଆ ଭାବେ ଏହି ପୋଷ୍ଟର ଉପରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗା ଯାଇଥିଲା ।

ଏହାକୁ ନେଇ ବିଜେପି କଟାକ୍ଷ କରି କହିଛି, ବିଳମ୍ବରେ ହେଉ ପଛେ ସାଭରକରଙ୍କୁ ସ୍ୱାଧୀନତା ସଂଗ୍ରାମ ଭାବେ କଂଗ୍ରେସ ମାନିଲା । ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ତାଙ୍କ ଭୁଲ ବୁଝି ପାରିଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଅନଲାଇନରେ କଢ଼ା ଯିବା ସମୟରେ ଭୁଲ ବଶତଃ ସାଭରକରଙ୍କ ଫଟୋ ରହିଥିଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.