Latest Odisha News

BREAKING NEWS

ପୁଅ ଆର୍ଯ୍ୟାନଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଗୌରୀ ଖାନ

ମୁମ୍ବାଇ: ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ପୁଅ ଆର୍ଯ୍ୟାନ ଖାନଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଗୌରୀ ଖାନ। ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଟକ୍ ଶୋ ‘କଫି ୱିଥ୍ କରଣ-ସିଜନ 7’ ରେ ଅତିଥି ଭାବେ ଆସିଥିବା ଗୌରୀ ଖାନ, ମନ ଖୋଲି ନିଜ ପରିବାର ସମ୍ପର୍କରେ ଆଲୋଚନା କରିଛନ୍ତି। ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ, ସଞ୍ଜୟ କପୁରଙ୍କ ପତ୍ନୀ ମହିପ କପୁର ଏବଂ ଚଙ୍କି ପାଣ୍ଡେଙ୍କ ପତ୍ନୀ ଭବନା ପାଣ୍ଡେ ‘କଫି ୱିଥ୍ କରଣ-ସିଜନ 7’ର ଶେଷ ଏପିସୋଡରେ ଅତିଥି ଭାବେ ଯୋଗ ଦେଇଥିଲେ। ଶୋ’ରେ ପ୍ରଥମ ଥର ପାଇଁ ଗୌରୀ ଖାନ ପୁଅ ଆର୍ଯ୍ୟାନ ଖାନଙ୍କ ଗିରଫଦାରୀ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

ସୂଚନା ଥାଉକି, ଅକ୍ଟୋବର 2021 ରେ ମୁମ୍ବାଇ-ଗୋଆ କ୍ରୁଜରେ ଡ୍ରଗ୍ସ ସନ୍ଦେହରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟାନଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ସେହି ବର୍ଷର ଆରମ୍ଭରେ ଷ୍ଟାର୍ କିଡ୍ ଏକ କ୍ଲିନ୍ ଚିଟ୍ ପାଇଥିଲେ। ଗୌରୀ ଏବଂ ତାଙ୍କ ପରିବାର ଉପରେ ଗତ ବର୍ଷର କଠିନ ସମୟ କପରି କଟିଥିଲା ସେ ବିଷୟରେ ନିଜର ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ପିତା ମାତା ଭାବରେ ଏହା ତାଙ୍କ ପାଇଁ କଠିନ ସମୟ ଥିଲା। ଏହି ବିପଦ ସମୟରେ ତାଙ୍କ ପରିବାର ପାଖରେ ଠିଆ ହୋଇଥିବା ଏବଂ ସେମାନଙ୍କ ପ୍ରତି ସାହାଯ୍ୟର ହାତ ବଢାଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଗୌରୀ ଖାନ କରଣଙ୍କୁ କହିଛନ୍ତି, “ଗୋଟିଏ ପରିବାର ହିସାବରେ ଆମେ ବହୁତ କିଛି କରିଛୁ। ଜଣେ ମାଆ ଏବଂ ପିତାମାତା ଭାବରେ ଆମେ ଯେଉଁ ସବୁ ପରିସ୍ଥିତର ସାମ୍ନା କରିଛୁ ତାହାଠାରୁ କିଛି ଖରାପ ଆମ ପାଇଁ ଅନ୍ୟ କିଛି ନଥିଲା। କିନ୍ତୁ ଆଜି ଆମେ ସମସ୍ତେ ଗୋଟେ ପରିବାର ହୋଇ ଠିଆ ରହିଛୁ, ସବୁ ଏକ ହୋଇ ରହିଛୁ। ଆମେ ଏକ ଭଲ ସ୍ଥାନରେ ଅଛୁ। ଯେଉଁଠାରେ ଆମେ ସମସ୍ତଠାରୁ ଭଲ ପାଇବା ଅନୁଭବ କରିପାରୁଛୁ। ଆମର ସମସ୍ତ ବନ୍ଧୁ ଏବଂ ଏତେ ସଂଖ୍ୟକ ଲୋକଙ୍କଠାରୁ ଭଲ ପାଇବା, ସମର୍ଥନ ମିଳିବ ତାହା ଆମେ ଜାଣିନଥିଲୁ। ଆଜି ଆମେ ଧନ୍ୟ ମନେ କରୁଛୁ ଯେଉଁମାନେ ଆମ ବିପଦ ବେଳେ ଆମ ପାର୍ଶ୍ୱରେ ଠିଆ ହୋଇଥିଲେ। ଆମେ ସମସ୍ତଙ୍କ ନିକଟରେ କୃତଜ୍ଞ।”

Leave A Reply

Your email address will not be published.