Latest Odisha News

BREAKING NEWS

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାର ଶିକାର

କଟକ: ଅଳ୍ପକେ ବର୍ତ୍ତିଲେ ୩୦ ସ୍କୁଲ୍ ପିଲା । କଟକ ସିଡିଏ, ସେକ୍ଟର-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଯିବାରୁ ଦୁର୍ଘଟଣାର ଶିକାର ହୋଇଛି। ବସଟି ଡିଭାଇଡରରେ ପିଟି ହେଲା ପରେ ଗଛ ଭିତରେ ପଶିଯାଇଥିଲା। ଏବେ ଅଗ୍ନିଶମ ବିଭାଗ ଆସି ବସଟିକୁ ବାହାର କରିବାକୁ ପ୍ରୟାସ କରିଛନ୍ତି।

ଆଜି ସକାଳୁ ପ୍ରାୟ ୩୦ ପିଲାଙ୍କୁ ନେଇ ବସ୍‌ଟି କଟକ ସିଡିଏରେ ଥିବା ନାଳନ୍ଦା ପବ୍ଲିକ ସ୍କୁଲକୁ ଯାଉଥିଲା। ବସଟିର ନମ୍ବର ଥିଲା CG04E2406 । ହେଲେ ଫେଜ-2 ନିକଟରେ ପହଞ୍ଚିବା ପରେ ଏକ ଡିଭାଇଡର ସହ ପିଟି ହୋଇଥିଲା ବସଟି । ଭାରସାମ୍ୟ ହରାଇବାରୁ ବସଟି ଡିଭାଇଡରରେ ପିଟି ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ବସଟି ଏକ ଗଛକୁ ଧକ୍କା ଦେଇଥିଲା। ବସଟିର ଆଗ ପଟ କ୍ଷତିଗ୍ରସ୍ତ ହୋଇଛି। ହେଲେ ବସରେ ବସିଥିବା ଛାତ୍ରଛାତ୍ରୀ ସୁରକ୍ଷିତ ରହିଛନ୍ତି। ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଏଥିସହ ଅଭିଭାବକମାନେ ପହଞ୍ଚିଥିଲେ।

ପୂର୍ବରୁ ମଧ୍ୟ ବସଟି ଦୁର୍ଘଟଣାର ଶିକାର ହୋଇଥିଲା। ଆଜି ପୁଣିଥରେ ଏହି ଅଘଟଣ ପରେ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ଖାମଖିଆଲି ମନୋଭାବ ପାଇଁ ଛୋଟ ପିଲାଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାର ଶିକାର ହେଉଛି ବୋଲି ଅଭିଭାବକ କହିଛନ୍ତି।

Leave A Reply

Your email address will not be published.