Latest Odisha News

BREAKING NEWS

ସୋନିଆ ମାଗିଲେ ରିପୋର୍ଟ, ମାକେନ କହିଲେ ବିଧାୟକଙ୍କ ତିନି ସର୍ତ୍ତ

ନୂଆଦିଲ୍ଲୀ: ରାଜସ୍ଥାନରୁ ଫେରି ୧୦ ଜନପଥରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟରେ ସମସ୍ତ କଥା କହିଛନ୍ତି ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖାଡଗେ। ଦଳର ଉଭୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ ଏବଂ ଅଜୟ ମାକେନ୍ ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନରେ ଦଳରେ ଦେଖାଦେଇଥିବା ଅସନ୍ତୋଷର କାରଣ କହିଥିଲେ। ବୈଠକ ପରେ ମାକେନ କହିଛନ୍ତି ଆମେ ସୋନିଆ ଗାନ୍ଧୀଙ୍କୁ ସମସ୍ତ କଥା ଜଣାଇଛୁ। ସେ ଏକ ଲିଖିତ ରିପୋର୍ଟ ମାଗିଛନ୍ତି। ସେ କହିଛନ୍ତି ଯେ ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଲିଖିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଗେହଲଟ ଆଉଟ୍, କଂଗ୍ରେସ ଅଧ୍ୟକ୍ଷ ରେସରେ ୧୦ ଜନପଥର ତିନି ବିଶ୍ବସ୍ତ !

ରାଜସ୍ଥାନର ବିଧାୟକ ତିନୋଟି ସର୍ତ୍ତ ରଖିଛନ୍ତି, ସର୍ତ୍ତଗୁଡିକ ମଧ୍ୟରେ ରହିଛି ଯାହା ନିଷ୍ପତ୍ତି ନିଆଯିବ ତାହା ଅକ୍ଚୋବର ୧୯ ପରେ। ତେବେ କେଉଁ କାରଣ ପାଇଁ ଏହି ସର୍ତ୍ତ ତାହା ମାକେନ ପ୍ରକାଶ କରି ନାହାନ୍ତି। ଅର୍ଥାତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ପରେ। ୧୭ ତାରିଖ ନିର୍ବାଚନ ପାଇଁ ମତଦାନ ରହିଛି ୧୯ରେ ଫଳାଫଳ ପ୍ରକାଶ ପାଇବ।

ସେହିପରି ଦ୍ବିତୀୟ ସର୍ତ୍ତ ରହିଛି ଗେହଲୋଟଙ୍କ ସହ ଦୁଇ ବର୍ଷ ହେବ ଯିଏ ରହିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ କେହି ମୁଖ୍ୟମନ୍ତ୍ରୀ ହେବେ। ତୃତୀୟ ସର୍ତ୍ତରେ ବିଧାୟକ ଦଳ ବୈଠକ ଡକାହେଲେ ଯଦି ସମାନ୍ତରଳ ଭାବେ ଆଉ କୌଣସି ବୈଠକ ହେବ ତାହେଲେ ଅନୁଶାସନ ଭଙ୍ଗ ବୋଲି କୁହାଯିବ।

ସେହିପରି ଗେହଲୋଟ ସମର୍ଥକ ବିଧାୟକ ହାଇ କମାଣ୍ଡଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପାଞ୍ଚଟି ନାମର ଏକ ତାଲିକା ପଠାଇଛନ୍ତି । ଯେଉଁଥିରେ ବିଧାନସଭା ବାଚସ୍ପତି ଡକ୍ଟର ସି.ପି ଯୋଶୀ, ରାଜସ୍ଥାନ ବାଚସ୍ପତି ଗୋବିନ୍ଦ ସିଂ ଦୋତ୍ରା, ରଘୁ ଶର୍ମା, ହରିଶ ଚୌଧରୀ ଏବଂ ଭାନୱର ସିଂ ଭଟିଙ୍କ ନାମ ରହିଛି।

 

Comments are closed.