ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ) ଗଞ୍ଜାମର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ)ର ସହକାରୀ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ନିଜ କାର୍ଯ୍ୟାଳୟରେ ବସି ମଦ୍ୟପାନ କରୁଥିବାର ଫଟୋ ଭାଇରାଲ୍ ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ମଙ୍ଗଳବାର ଘଟଣାର ତଦନ୍ତ କରାଯାଇଛି।
ବ୍ରହ୍ମପୁର ସିଟି ହସ୍ପିଟାଲ୍ ପରିସରରେ ରହିଛି ଆରବିଏସକେ କାର୍ଯ୍ୟାଳୟ। ତେବେ ସହକାରୀ ମ୍ୟାନେଜର ସନ୍ଦୀପ ଏହି କାର୍ଯ୍ୟାଳୟରେ କାମ କରୁଥିବା ବେଳେ ଅନେକ ସମୟରେ ସହକର୍ମୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ସେ କାର୍ଯ୍ୟାଳୟ ଭିତରେ ମଦ୍ୟପାନ କରୁଥିବାର ଫଟୋ ଭାଇରାଲ ହୋଇଥିଲା। ଅନେକ ଡାକ୍ତର ମଧ୍ୟ ତାଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। କର୍ମଚାରୀଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରୁଥିବା ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପାଖରେ ଏନେଇ ଅଭିଯୋଗ ପରେ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି ହୋଇଥିଲା। ସେ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏନେଇ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉମା ଶଙ୍କର ମିଶ୍ର କହିଛନ୍ତି ଯେ, ଅଭିଯୋଗ ଆସିଛି। ଘଟଣାକୁ ଜିଲାପାଳ ଗୁରୁତର ସହ ନେଇଛନ୍ତି। ତଦନ୍ତ ନିର୍ଦେଶ ଦେଇଥିଲେ। ମଙ୍ଗଳବାର ବିଧିବଦ୍ଧ ଭାବେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଉଭୟ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ବୟାନ ନିଆଯାଉଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ସନ୍ଦୀପ କହିଛନ୍ତି ଯେ, କେତେକ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ତେବେ ମଦ୍ୟପାନ ଫଟୋକୁ ଏଡିଟ୍ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ତଦନ୍ତରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ତାକୁ ଗ୍ରହଣ କରିବି ବୋଲି କହିଛନ୍ତି।
BREAKING NEWS
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ

Comments are closed.