Latest Odisha News

BREAKING NEWS

ଇଂରାଜୀରେ ଦୁର୍ବଳ ଥିଲେ ଏଥର ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଇ ହୋଇପାରିବେ ଓଏଏସ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଶୁକ୍ରବାର ରାଜ୍ୟ ସରକାର ବଡ଼ ଧରଣର ସଂଶୋଧନ ଆଣିଛନ୍ତି। ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହୋଇଛି । ଯେଉଁଥିରେ ପ୍ରାର୍ଥୀମାନଙ୍କ ପାଇଁ ଦୁଇଟି ଇଚ୍ଛାଧୀନ ଅଫସନାଲ ପରିବର୍ତ୍ତେ କୌଣସି ଗୋଟିଏ ଅଫସନାଲ ସବଜେକ୍ଟରେ ପରୀକ୍ଷା ଦେବେ ବୋଲି ନିୟମ ହୋଇଛି।

ପୂର୍ବରୁ ଆଶାୟୀ ପ୍ରାର୍ଥୀମାନେ ଦୁଇଟି ଇଚ୍ଛାଧୀନ ବିଷୟ ବା ପେପର ଚୟନ କରୁଥିଲେ। କିନ୍ତୁ ଓଡ଼ିଶା ସିଭିଲ ସର୍ଭିସ ନିୟମ, ୧୯୯୧ରେ ସଂଶୋଧନ ହେବା ପରେ ଏବେ ଆଶାୟୀ ପ୍ରାର୍ଥୀମାନଙ୍କୁ ଗୋଟିଏ ଅଫସନାଲ ପେପରରେ ପରୀକ୍ଷା ଦେବାକୁ ହେବ। ଏହାବ୍ୟତୀତ ଓସିଏସ୍ ପରୀକ୍ଷାରେ ମୋଟ ନମ୍ବର ୨୨୫୦ ମାର୍କ ପୂର୍ବରୁ ଥିବା ବେଳେ ଏବେ ଏହା ମୋଟ ୨୦୦୦ ମାର୍କ ହୋଇଛି।

ସେହିପରି ପରୀକ୍ଷା ଦେବା ବେଳେ ଲିଖିତ ପରୀକ୍ଷାରେ ପ୍ରବନ୍ଧ ଲେଖିବା ବେଳେ ଇଂରାଜୀରେ ଲେଖୁଥିଲେ ପରୀକ୍ଷାର୍ଥୀ। ଏବେ କିନ୍ତୁ ଉଭୟ ଇଂରାଜୀ ଓ ଓଡିଆରେ ଲେଖିପାରିବେ ପ୍ରବନ୍ଧ। ଏପରି କରି ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରଖିଛନ୍ତି।

ସେହିପରି ଆଉ ଏକ ବଡ଼ ସଂଶୋଧନ କରି ପରୀକ୍ଷାର୍ଥୀଙ୍କୁ ଓଏଏସ ପରୀକ୍ଷା ପାସ କରିବାକୁ ପ୍ରୟାସ ସଂଖ୍ୟା ବୃଦ୍ଧି କରିଛନ୍ତି। ପୂର୍ବରୁ ଅଣସଂରକ୍ଷିତ ବର୍ଗର ପରୀକ୍ଷାର୍ଥୀଙ୍କୁ ସର୍ବାଧିକ ୪ ଥର ପରୀକ୍ଷା ଦେବାକୁ ଅନୁମତି ମିଳୁଥିବା ବେଳେ ଏବେ ଏହାକୁ ୬ ଥରକୁ ବୃଦ୍ଧି କରାଯାଇଛି।

ସେହିପରି ଏସସି/ଏସଟି ପ୍ରାର୍ଥୀମାନେ ଯେକୌଣସି ସଂଖ୍ଯାରେ ପରୀକ୍ଷା ଦେଇପାରିବେ, ଏସଇବିସି ସଂଶୋଧିତ ଢାଞ୍ଚା ଅନୁୟାୟୀ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ମୋଟ ନଅ ଥର ପରୀକ୍ଷା ଦେଇପାରିବେ।

ଓସିଏସ୍ ସହିତ ଜାତୀୟ ସ୍ତରର ୟୁପିଏସସି ଆଇଏଏସ୍ ଓ ଆଇପିଏସ୍ ପରୀକ୍ଷା ପାଇଁ ଓଡ଼ିଆ ପରୀକ୍ଷାର୍ଥୀଙ୍କୁ ଭଲ ଭାବେ ପ୍ରସ୍ତୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ସାଧାରଣ ଭାବେ ରାଜ୍ୟ ଓ ଜିଲ୍ଲା କ୍ୟାଡରର ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଇଂରାଜୀ ଓ ଓଡ଼ିଆରେ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଏବେ ଏହି ସଂଶୋଧନ ଫଳରେ ପରୀକ୍ଷାର୍ଥୀମାନେ ଓଡ଼ିଆରେ ଏଭଳି ପରୀକ୍ଷା ଦେଇପାରିବେ ଏବଂ ଚାହିଁଲେ ଇଂରାଜୀ ଭାଷାକୁ ବାଛିପାରିବେ।

Leave A Reply

Your email address will not be published.