Latest Odisha News

BREAKING NEWS

ନବରାତ୍ର ପୂଜା ପାଇଁ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚାଲିଛି ଜଗତଜନନୀ ମା’ଙ୍କ ଆରାଧନା ।  ମା ଦୂର୍ଗା ରୁପରେ ପୂଜା ପାଉଛନ୍ତି ମା’ ବିରଜା । ଏଥିପାଇଁ ପ୍ରାତଃ କାଳରୁ ମା’ ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ମଧ୍ୟ ଏହି ନବରାତ୍ରରେ ମାଙ୍କ ପାଦ ସ୍ପର୍ଶ ଏବଂ ସିଂହାସନରେ ମୁଖଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି  ।

ମା ବିରଜାଙ୍କ ପୀଠରେ ଆଜି ମହାସପ୍ତମୀ ପାଳିତ ହେଉଛି । ମା’ଙ୍କୁ ରଥରେ ଦର୍ଶନ କରିବା ସହିତ ରଥ ଟାଣିବା ପାଇଁ ଶଦ୍ଧାଳୁଙ୍କ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି । ମା’ ଙ୍କ  ପାଦ ଦର୍ଶନ କରିବା ଦ୍ବାରା ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି  । ସାରା ଦେଶରେ ରହିଥିବା ୫୧ ଟି ଶକ୍ତିପୀଠ ମଧ୍ୟରୁ ଯାଜପୁରର ବିରଜା ଶକ୍ତୀପୀଠରେ ରହିଛି ସ୍ୱତନ୍ତ୍ର ପରମ୍ପରା । ଏଠାରେ ମା ବିରଜା ଏକମାତ୍ର ଦ୍ୱିଭୂଜା ଦେବୀ ଭାବେ ପୂଜା ପାଇଥାନ୍ତି ।

ନବରାତ୍ରରେ ମା’ଙ୍କୁ ପବିତ୍ର ବୈତରଣୀ ନଦୀର ଜଳରେ ସ୍ନାନ କରାଯାଇଥାଏ । ସକାଳୁ ମାଙ୍କ ପାଦ ସ୍ପର୍ଶ ଏବଂ ମୁଖଦର୍ଶନ ପରେ ମା’ଙ୍କୁ ଷୋଷଶ ଉପଚାରରେ ପୂଜାର୍ଚ୍ଚନା କରାଯାଏ । ଅପରାହ୍ନରେ ମାଙ୍କ ରଥଯାତ୍ରା ଦେଖିବାକୁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିିଳିଛି । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ରହିଥିବାରୁ ଶ୍ରଦ୍ଧାଳୁ ମାନେ ରଥଯାତ୍ରାରେ ସାମିଲ ହୋଇପାରୁ ନଥିଲେ । କିନ୍ତୁ ଚଳିତବର୍ଷ କୌଣସି କଟକଣା ନଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।

ଚଳିତ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଏବଂ ଜିଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି  ।  ମାଙ୍କ ପୀଠରେ ଆସନ୍ତାକାଲି ମହାଷ୍ଟମୀ ଏବଂ ମଙ୍ଗଳବାର ଦିନ ଦଶହରା ଅନୁଷ୍ଠିତ ହେବ ତେଣୁ ଏହି ନବରାତ୍ର୍ରକୁ ନେଇ  ଶ୍ରଦ୍ଧାଳୁଙ୍କ ମନରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି  ।

Leave A Reply

Your email address will not be published.