Latest Odisha News

BREAKING NEWS

ଶିମିଳିପାଳ-ସାତକୋଶିଆ କରିଡର ଶୀର୍ଷକ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଶିମିଳିପାଳ-ସାତକୋଶିଆ କରିଡର ଶୀର୍ଷକ ଏକ ଅନୁଧ୍ୟାନମୂଳକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ସହୀଦନଗର ସ୍ଥିତ ପ୍ରକୃତି ଭବନରେ ଆୟୋଜିତ ଏକ ସଭାରେ ପୁସ୍ତକର ଲେଖକ ତଥା ଲୋକାୟୁକ୍ତ ସଦସ୍ୟ ଡାକ୍ତର ଦେବବ୍ରତ ସ୍ୱାଇଁ ପୁସ୍ତକର ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ଦେଇଥିଲେ ।

ପୁସ୍ତକଟି ସୁଦୀର୍ଘ ଶିମିଳିପାଳ ବନାନୀ ଏବଂ ଏଥିରେ ରହିଥିବା ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ଓ ହାତୀ ଆରକ୍ଷଣ ଜଙ୍ଗଲ, ଜୈବ-ମଣ୍ଡଳ, ସୁନ୍ଦର ଭୁଖଣ୍ଡ, ଖଣିଜ ସଂପଦ, ବନ୍ୟ-ଜନ୍ତୁ ଓ ଜୈବ ବିବିଧତା, କୃଷିଜମି, ଜଳଭଣ୍ଡାର, ଖଣି ଓ ସଦର ଆଦିର ଏକ ବୈଜ୍ଞାନିକ ଅନୁଶୀଳନ କରାଯାଇଛି।

ଡାକ୍ତର ଦେବବ୍ରତ ସ୍ୱାଇଁ, ଜେ. ମହାନ୍ତି ଏବଂ ଟି ଅହମ୍ମଦଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ବନରାଜୀ ଏବଂ ବଣ୍ୟଜନ୍ତୁଙ୍କର ସଂରକ୍ଷଣ କାର୍ଯ୍ୟପନ୍ଥା ବିଷୟରେ ଲେଖକମାନେ ବହୁ ତଥ୍ୟ ଭିତ୍ତିକ ଆଲୋଚନା କରିଛନ୍ତି । ପୁସ୍ତକରେ କ୍ଷେତ୍ର ଅନୁଧ୍ୟାନରୁ, ମିଳିଥିବା ତଥ୍ୟ ସମୂହ ଓ ଭବିଷ୍ୟତ ପାଇଁ ପରାମର୍ଶ ସହ ୯ ଟି ଅଧ୍ୟାୟ ରହିଛି । ସେଭ୍ ଏଲିଫ୍ୟାଣ୍ଟ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ ଏବଂ ଆସ୍ତ୍ରାଲ୍ ଇଣ୍ଟରନ୍ୟାସ୍ନାଲ୍ ପ୍ରା. ଲିଃ. ଙ୍କ ଦ୍ୱାରା ଆଇ. ଏସ୍. ବି. ଏନ୍ ନମ୍ବର- ୯୭୮-୯୩-୫୨୨୨-୧୫୭-୮ ରେ ଏହି ପୁସ୍ତକଟି ପ୍ରକାଶିତ ହୋଇଛି ।

ପୁସ୍ତକଟିକୁ ଉନ୍ମୋଚନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏହି  ଗବେଷକ, ପ୍ରକୃତିପ୍ରେମୀ, ବନ୍ୟଜନ୍ତୁ ସଂରକ୍ଷକଙ୍କ ସମେତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କର୍ତ୍ତୁପକ୍ଷଙ୍କ ନିମନ୍ତେ ପୁସ୍ତକଟି ଉପାଦେୟ ହେବ ।

ଏହି ଅବସରରେ ଆୟୋଜିତ ଶିମିଳିପାଳ ବନାଞ୍ଚଳ ସମ୍ବନ୍ଧିତ ଆଲୋଚନାରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟ-ଜନ୍ତୁ) ଏସ୍.କେ.ପପ୍ଲି, ଡାକ୍ତର ବି.କେ. ପଟ୍ଟନାୟକ, ଡାକ୍ତର ଅନୁପ ପଟ୍ଟନାୟକ, ଜିତାଶତ୍ରୁ ମହାନ୍ତି ଏବଂ ଡାକ୍ତର ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.