ଜମ୍ମୁ: ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ରାଜ୍ୟରେ ଜେଲ ବିଭାଗ ଡିଜି ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ତାଙ୍କର ଚାକର ସଂପୃକ୍ତି ଥିବା ଆଶଙ୍କା ପ୍ରକାଶ ପାଇଛି । ମୃତ୍ୟୁ ପରଠାରୁ ଚାକର ଫେରାର ଅଛି । ଗୃହମନ୍ତ୍ରୀ ଅମିତ ଶାହ ସଂଧ୍ୟାରେ ଜମ୍ମୁରେ ପହଁଚିବା ପରେ ଏପରି ବଡ଼ ଘଟଣା ବିଳମ୍ଭିତ ରାତିରେ ଘଟିଛି ।
ଏହି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୃହମନ୍ତ୍ରୀଙ୍କ ମଙ୍ଗଳବାର ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଜେଲ ଡିଜିଙ୍କୁ ହତ୍ୟା ସୁରକ୍ଷା କର୍ମୀଙ୍କ ନିଦ ହଜାଇଦେଇଛି ।
Comments are closed.