ଭୁବନେଶ୍ୱର: ପର୍ବପର୍ବାଣୀ ବେଳେ ପୂଜା ମଣ୍ଡପ, ସମାବେଶ ସ୍ଥଳରେ କିମ୍ବା ହଠାତ କୌଣସି ସ୍ଥାନରେ ଗହଳି ହୋଇଗଲେ ଭିଡ ନିୟନ୍ତ୍ରଣ କରିବା ସହ ଟ୍ରାଫିକ ପରିଚାଳନା କରିବା ଭାରି ମୁସକିଲ। କାରଣ ଏହି ସ୍ଥାନରେ ଟ୍ରାଫିକ ସିଗନାଲ ପାଇଁ ସ୍ଥାୟୀ ଖୁଣ୍ଟି ବ୍ୟବସ୍ଥା ନଥାଏ । ତେଣୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି ଉଭୟ ଲୋକଙ୍କୁ ଏବଂ ପ୍ରଶାସନକୁ। ଏବେ ଏହି ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ। ଏହି ସବୁ ସ୍ଥାନରେ ଭ୍ରାମ୍ୟମାଣ ଟ୍ରାଫିକ ସିଗନାଲ ବସାଇବାକୁ ଚିନ୍ତା କରାଯାଇଛି। ଯାହା ବିଦେଶରେ ରହିଛି। ଏହି ସବୁ ସ୍ଥାନରେ ଏକ ଭ୍ରାମ୍ୟମାଣ ଟ୍ରଲି ସହିତ ଓ୍ୱୟାରଲେସ ସିଗନାଲ ବ୍ୟବସ୍ଥା ଯାହା ଯେକୌଣସି ସ୍ଥାନକୁ ନେଇ ହେବ ଟ୍ରାଫିକ ପରିଚାଳନା କରି ହେବ; ବ୍ୟବସ୍ଥା ଆପଣାଇବାକୁ କମିଶନରେଟ ପୋଲିସ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା ଆରମ୍ଭ କରି ଦେଇଛି। ଯଦି ସଫଳ ହୁଏ ତାହାଲେ ଦେଶରେ ପ୍ରଥମ ହେବ ଭୁବନେଶ୍ୱର।
ଏହି ସିଗନାଲ ବ୍ୟବହାର ପାଇଁ କୌଣସି ତାର ବା କେବୁଲର ଆବଶ୍ୟକତା ପଡ଼ିବ ନାହିଁ। ଯେକୌଣସି ସ୍ଥାନରେ ଏହି ବ୍ୟବସ୍ଥା ଆପଣା ଯାଇପାରିବ। ଯେକୌଣସି ସ୍ଥାନରେ ରହି ରିମୋର୍ଟ ଜରିଆରେ ଟ୍ରାଫିକ ପରିଚାଳନା କରି ହେବ। ଏହାକୁ ଲଗାଇବା ପାଇଁ କୌଣସି ଖୁଣ୍ଟ ଲଗାଇବାକୁ ପଡିବ ନାହିଁ। ପୋର୍ଟେବୁଲ ବ୍ୟବସ୍ଥା ଥିବାରୁ ଏହା ଯେକୌଣସି ସ୍ଥାନରେ ଲଗାଯାଇପାରିବ। ବଡ କଥା ହେଲା ଏହା ପରିଚାଳନା କରିବାକୁ ବିଦ୍ୟୁତର ଆବଶ୍ୟକତା ନାହିଁ। ଏହା ଆଡାପଟିଭ ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ (ଏଟିଏସ) ଦ୍ବାରା ପରିଚାଳିତ। ଏହା ସୋଲାର ମାଧ୍ୟମରେ ପରିଚାଳିତ ହେବ।
କମିଶନରେଟ ପୋଲିସ ଏପରି ଟ୍ରାଫିକ ବ୍ୟବସ୍ଥା ଆପଣାଇବାକୁ କାହିଁକି ଚିନ୍ତା କଲା ତାର କାରଣ କହିବାକୁ ଯାଇ କହିଛି, ଜୟଦେବ ବିହାର, ବେହେରା ସାହି ଓ କଳିଙ୍ଗ ଷ୍ଟାଡିୟମ ଛକରେ ସ୍ଥାୟୀ ଟ୍ରାଫିକ ରହିଛି। ହେଲେ ଷ୍ଟାଡିୟମରେ କୌଣସି ମ୍ୟାଚ ହେଲେ ବିଭିନ୍ନ ଗେଟ୍ ଦେଇ ଯିବା ଆସିବା ହେବ। ଏପରି ସ୍ଥିତିରେ ଗେଟ୍ ପାଖରେ ଟ୍ରାଫିକ ପରିଚାଳନା ପାଇଁ ଖୁଣ୍ଟି ନଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଛି। ତେଣୁ ଏବେ ଭ୍ରାମ୍ୟମାଣ ଟ୍ରାଫିକ ବ୍ୟବସ୍ଥା ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ।
ଆସନ୍ତା ଫିପା ବିଶ୍ୱକପ (୧୭ବର୍ଷରୁ କମ୍, ମହିଳା ବର୍ଗ) ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ସମୟରେ ଏପରି ବ୍ୟବସ୍ଥା ଲାଗୁ କରିବାକୁ ପ୍ରୟାସ ହେଉଛି। ୧୦ଟି ଭ୍ରାମ୍ୟମାଣ ଟ୍ରଲି ଆଣିବାକୁ ଯୋଜନା କରାଯାଇଥିବା ସୂଚନା ରହିଛି।
Comments are closed.