Latest Odisha News

BREAKING NEWS

ଚାଲିଛି ଭସାଣ, ପୁଣି ଆରବର୍ଷକୁ ଆସିବେ ମାଆ

କଟକ: ଶାରଦୀୟ ଦୁର୍ଗା ପୂଜା ସରିଛି । ଏବେ ମାଆଙ୍କ ବାହୁଡ଼ା ବେଳ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଆନନ୍ଦନର ପର୍ବ ଶେଷ ହୋଇଛି । ଗୁରୁବାର ସକାଳୁ କଟକ ସହରରେ ଗୋଟିଏ ପରେ ଗୋଟିଏ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ୍ ହେଉଛନ୍ତି । ମାଆଙ୍କୁ ବିଦାୟ ବେଳରେ ଇନ୍ଦ୍ର ଦେବ ବି ଆକାଶରୁ ବର୍ଷୁଛନ୍ତି ।

ଲାଗୁଛି ସତେ ଯେମିତି, ମାଆଙ୍କୁ ଅଶ୍ରୁଳ ବିଦାୟ ଦେଉଛନ୍ତି ଇନ୍ଦ୍ର ଦେବ । ମାଆଙ୍କ ଭସାଣି ପାଇଁ କଟକ ଦେବୀଗଡ଼ାରେ ୪ଟି ଅସ୍ଥାୟୀ ପୋଖରୀ ଖୋଳା ଯାଇଛି । ରାତି ସୁଦ୍ଧା ଏଠାରେ ପ୍ରାୟ ୧୬୦ଟି ମେଢ଼ ଭସାଣ ହେବ । ବର୍ଷା ସତ୍ତ୍ୱେ କଟକ ସହରରେ ଭସାଣ ଶୋଭାଯାତ୍ରା ସେତେଟା ଫିକା ପଡ଼ି ନାହିଁ ।

ଭସାଣ ଶୋଭାଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.