Latest Odisha News

BREAKING NEWS

‘ଅଭିମାନ’ରେ ଅର୍ଚ୍ଚିତା-ସବ୍ୟସାଚୀ: ତିନିବର୍ଷ ପରେ ପୁଣି ଫେରିଲେ ହିଟ୍ ଯୋଡ଼ି

ଭୁବନେଶ୍ୱର : ବ୍ୟାକ୍ ଟୁ ବ୍ୟାକ୍ ୨୫ଟି ହିଟ୍ ମୁଭି ଦେଇଥିବା ସିଦ୍ଧାର୍ଥ ମ୍ୟୁଜିକ ଦର୍ଶକଙ୍କୁ ଭେଟି ଦେଇଛି ଏହାର୨୬ତମ ଚଳଚ୍ଚିତ୍ର ‘ଅଭିମାନ’ । ଭରପୁର ରୋମାନ୍ସ, କମେଡି ଓ ଆକ୍ସନ ସହ ରଥଯାତ୍ରା ଅବସରରେ ରିଲିଜ ହୋଇଛି ଚଳଚ୍ଚିତ୍ର ‘ଅଭିମାନ’ ।

ଦୀର୍ଘ ୩ବର୍ଷର ଲମ୍ବା ବିରତି ପରେ ଓଲିଉଡର ହିଟ୍ ଯୋଡି ସବ୍ୟ-ଅର୍ଚ୍ଚିତାଙ୍କୁ ପୁଣିଥରେ ଦର୍ଶକେ ଦେଖିବାକୁ ପାଇଛନ୍ତି । ସିତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ମୃତ୍ୟୁଞ୍ଜୟ ସାହୁ ଦେଇଥିବା ବେଳେ ବିକାଶ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ରଥଯାତ୍ରାରେ ମୁକ୍ତିଲାଭ କରିଛି ଏହି ଚଳଚ୍ଚିତ୍ରଟି । ମୁକ୍ତିଲାଭ କରିବାର ପ୍ରଥମ ଦିନରୁ ସିନେପ୍ରେମୀଙ୍କ ପ୍ରଶଂସା ସାଉଁଟିଛି । ଅଭିମାନ ଚଳଚ୍ଚିତ୍ରର ଗୀତ ଗୁଡିକ ୟୁ-ଟ୍ୟୁବରେ ଆଗରୁ ଚର୍ଚ୍ଚିତ ହୋଇସାରିଥିବା ବେଳେ ଏହାକୁ ବହୁ ସଂଖ୍ୟାରେ ଦର୍ଶକ ଦେଖି ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି।

ସବ୍ୟ-ଅର୍ଚ୍ଚିତାଙ୍କ ଯୋଡିକୁ ଦେଖିବା ପାଇଁ ଦର୍ଶକ ମାନେ ଖୁବ ଉତ୍ସାହିତ ଥିଲେ । ଏ ଦୃଷ୍ଟିରୁ ଫିଲ୍ମଟି ହଲ୍କୁ ଆସିବା ପୂର୍ବରୁ ଅନେକ ପ୍ରତୀକ୍ଷା କରିଥିବା ବେଳେ ରିଲିଜ ପରେ ଫିଲ୍ମଟି ହାଉସ୍ଫୁଲ୍ ଚାଲିଥିବା ସୂଚନା ମିଳିଛି। କଟକ ଓ ଭୁବନେଶ୍ୱରରେ ଗ୍ରାଣ୍ଡ୍ ପ୍ରିମିୟରରେ ଦର୍ଶକ ଏହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.