Latest Odisha News

BREAKING NEWS

ଗ୍ରାମାଞ୍ଚଳର ପ୍ରତି ଘରେ ୨୦୨୪ ସୁଦ୍ଧା ପହଞ୍ଚିବ ପାଣି ସୁବିଧା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମଥର ଲାଗି କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ଘରେ ପାଣି ସୁବିଧା ଯୋଗାଇଦେବାକୁ ଦୃଷ୍ଟିରେ ରଖି ସରକାର ‘ହର୍ ଘର୍ ଜଲ୍’ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଏସମ୍ପର୍କରେ ସଂସଦରେ ସୀତାରମଣ କହିଛନ୍ତି, ନୂଆକରି ହୋଇଥିବା ଜଳ ଶକ୍ତି ମନ୍ତ୍ରଣାଳୟ ‘ଜଲ ଜୀବନ ମିଶନ’ ମାଧ୍ୟମରେ ସମସ୍ତ ରାଜ୍ୟ ସହିତ ମିଶି ଗ୍ରାମାଞ୍ଚଳର ପ୍ରତି ଘରେ କିପରି ଜଳ ଯୋଗାଇ ଦିଆଯିବ ।

ଭାରତର ଜଳ ନିରାପତ୍ତା ଏବଂ ସମସ୍ତ ଦେଶବାସୀଙ୍କୁ ନିଶ୍ଚିତ ପାନୀୟ ଜଳ ଯୋଗାଇଦେବାକୁ ମୋଦୀ ସରକାର ପ୍ରାଥମିକତା ଦେଉଛି ।

ଜଲ୍ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ‘ଜଲ୍ ଜୀବନ ଅଭିଯାନ’ ଯୋଜନା ଲୋକାର୍ପିତ ହେବାର ଦିନକ ପରେ ହିଁ ଏହି ଘୋଷଣା କରାଯାଇଛି । ଏହି ଯୋଜନା ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇଥାଏ ।

ଏହି ଗୁରୁତ୍ୱପୂର୍ଣ୍ଣ ‘ଜଲ୍ ଶକ୍ତି ଅଭିଯାନ’ ମୁଖ୍ୟତଃ ୫ଟି ପ୍ରସଙ୍ଗକୁ ଗୁରୁତ୍ୱ ବହନ କରିଥାଏ, ସେଗୁଡ଼ିକ ହେଲା – ଜଳ ସଂରକ୍ଷଣ, ନୂଆ ଜଳ ଅମଳ, ଜଳ ପ୍ରକ୍ରିୟାକରଣ, ବ୍ୟବହୃତ ଜଳକୁ ପୁନର୍ବାର ବ୍ୟବହାର ଯୋଗ୍ୟ କରିବା ତଥା ୱାଟରସେଡ୍ ବିକାଶ ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି, ଆସନ୍ତା ୨୦୨୨ ସୁଦ୍ଧା ଏକକ ଗୃହରେ ରହୁଥିବା ପରିବାର ମଧ୍ୟ ବିଜୁଳି ଏବଂ ଶୁଦ୍ଧ ରନ୍ଧନ ସୁବିଧା ପାଇପାରିବେ ।

“ଆସନ୍ତା ୨୦୨୨ରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ, ମୁଁ ପ୍ରତିଶ୍ରୁତି ଦେଇ କହୁଛି ଯେଉଁମାନେ ଚାହାନ୍ତି ନାହିଁ ତାହା ଅଲଗା, ମାତ୍ର ଯେଉଁମାନେ ଚାହିଁବେ ସମସ୍ତଙ୍କୁ ବିଜୁଳି ଓ ଶୁଦ୍ଧ ରନ୍ଧନ ସୁବିଧା ଯୋଗାଇ ଦିଆଯିବ,” ବୋଲି ବଜେଟ୍ ଉପସ୍ଥାପନ ବେଳେ ତାଙ୍କ ଅଭିଭାଷଣରେ ସୀତାରମଣ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ତୋଦ୍ୟୟ ଯୋଜନାକୁ ସେ ସମସ୍ତ ଯୋଜନା ମଦ୍ଧରେ କୈନ୍ଦୀକି କରି କହିଛନ୍ତି । ଏହାକୁ କେନ୍ଦ୍ରକରି ଗ୍ରାମାଞ୍ଚଳର ଗରୀବ ଓ ଚାଷୀ ଉପକୃତ ହୋଇପାରୁଛନ୍ତ ।
ସରକାର ଆହୁରି ଦୁଇଟି ଲୋକଭିମୁଖୀ ଯୋଜନା ହାତକୁ ନେଇଛନ୍ତି, ତନ୍ମଧ୍ୟରୁ ପ୍ରଧାନମନ୍ତ୍ରୀ ସହଜ ବିଜଲୀ ଯୋଜନା ଏବଂ ସୌଭାଗ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

Leave A Reply

Your email address will not be published.