ବ୍ରହ୍ମପୁର:ଜମି ନାହିଁ ହେଲେ ୧୫ ଲକ୍ଷରେ ବିକ୍ରି ହୋଇଛି ଜମି। କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରତ୍ନପୁର ଅଞ୍ଚଳରେ ଏଭଳି ଏକ ଜମି ଠକେଇ ସାମ୍ନାକୁ ଆସିଛି। ଜମି କିଣିଥିବା ବ୍ୟକ୍ତି ଟଙ୍କା ମାଗିବା ପରେ ମଧ୍ୟସ୍ଥି ତାଙ୍କୁ ହତ୍ୟା ଧମକ ଦେଉଥିବା ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ନଂ ୪୬୫/୨୨ରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନାପ୍ରକାରେ, ହଳଦିଆପଦର ନିକଟସ୍ଥ ନିବାସ ଗ୍ରାମର ମନୋରଞ୍ଜନ ବେହେରା ଆଜକୁ ବର୍ଷେ ତଳେ ବାଇଗଣବାଡି ଛକର ଟୁନା ଦାସଙ୍କ ଜରିଆରେ କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରତ୍ନପୁର ଗ୍ରାମରେ ୧୦ ଜଣ ବ୍ୟକ୍ତିଙ୍କ ନାମରେ ଥିବା ମୋଟ ୦.୮୫୦ ଏକର ଜମି କିଣିଥିଲେ। ଏଥିପାଇଁ ସେ ମଧ୍ୟସ୍ଥି ଟୁନାଙ୍କ ଜରିଆରେ ମୋଟ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଜମି କିଣିବା ପରେ ତାହା ପଞ୍ଜୀକୃତ ମଧ୍ୟ ହୋଇଥିଲା। ହେଲେ କିଛିଦିନ ପରେ ସେ କିଣିଥିବା ଜମି ବାସ୍ତବରେ ଜମି ନୁହଁ, ବରଂ ଏକ ରାସ୍ତା ବୋଲି ମନୋରଞ୍ଜନ ଜାଣିବାକୁ ପାଇଥିଲେ। ମନୋରଞ୍ଜନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। କେବଳ କାଗଜପତ୍ରରେ ତାଙ୍କୁ ଜମି ବିକ୍ରି କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଟଙ୍କା ଫେରାଇବାକୁ ସେ ଟୁନାଙ୍କୁ କହିଥିଲେ। ହେଲେ ଟୁନା ଟଙ୍କା ଫେରାଇବାକୁ ମନା କରିଦେଇଥିଲେ। ଏପରିକି ମନୋରଞ୍ଜନଙ୍କୁ ଗାଳିଗୁଲଜ କରି ଟଙ୍କା ମାଗିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏହାପରେ ଟୁନା ସଦର ଥାନାରେ ଅଭିଯୋଗ କରିଥିଲେ।
BREAKING NEWS
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?

Comments are closed.