Latest Odisha News

BREAKING NEWS

ନକଲି ପୋଲିସ ଗିରଫ, ସ୍ଥାନୀୟ ଲୋକେ ଦେଲେ ଉତ୍ତମ ମଧ୍ୟମ

ଘଟଗାଁ: ନକଲି ପୋଲିସ ଗିରଫ । କେନ୍ଦୁଝର ଘାଟଗାଓଁ ପୋଲିସ ଏହି ନକଲି ପୋଲିସକୁ ଗିରଫ କରିଛି । ଚାକିରୀ ଦେବା ବାହାନା କରି ଠକେଇ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଘେରୁ ଆସିଥିଲା  ପରେ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତି ସୁଜିତ ପଢ଼ିଆରୀ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି।

ଘଟଗାଁ ବଜାରରେ ସୁଜିତ ପଢ଼ିଆରୀ ନାମୀ ଏହି ଠକ ନିଜକୁ ଏସିଏଫ ବୋଲି ପରିଚୟ ଦେଇ ମୋବଇଲ ଦୋକାନ କରିଥିବା ଜଣେ ଦୋକାନୀଙ୍କଠାରୁ ସିମ କାର୍ଡ କିଣିବା ବାହାନାରେ ବନ୍ଧୁତା କରିଥିଲା। ପୋଲିସର ଖାତିରି ଦେଖାଇବାକୁ ଯାଇ ବୁଲେଟ ଗାଡି, ଖାକି ବର୍ଦ୍ଦି ପିନ୍ଧି ରୁବାବ ଦେଖାଉଥିଲା। ପରବର୍ତୀ ସମୟରେ ଯଦି କେହି ଯୁବକ ଯୁବତୀ ଚାକିରୀ କରିବାକୁ ଚାହିଁବେ ତେବେ ସ୍ୱଳ୍ପ କିଛି ଲାଞ୍ଚ ଦେଇ ଚାକିରୀ କରାଇ ଦେବ କହି କହିଥିଲା । ଏହାପରେ ଏହି ବ୍ୟକ୍ତି ଉପରେ ମୋବାଇଲ ଦୋକାନୀ ଏବଂ ଅନ୍ୟ କିଛି ଯୁବକଙ୍କର ସନ୍ଦେହ ହୋଇଥିଲା।

କିନ୍ତୁ ଚୋର ଘର ସବୁ ବେଳେ ଅନ୍ଧାରରେ ନଥାଏ ପରି ଧୀରେ ଧୀରେ ଏହି ସବୁ ସ୍ଥାନୀୟ ଯୁବକଙ୍କ ଜାଲରେ ଫସିଯାଇଥିଲା । ସୁଜିତ ସାଙ୍ଗ ହୋଇ ଏକ ଭୋଜି ଖାଇବା ପରେ ଉତ୍ତମ ମଧ୍ୟମ ଦେଇଥିଲେ ସ୍ଥାନୀୟ ଯୁବକ ମାନେ । ଆଉ ଠକ ଫିଟାଇଥିଲା ନିଜ ଗୁମର । ଏହି ଠକର ଜାଲ ଏତେ ବଡ ଯେ ପୁରୀରୁ ଅନୁଗୁଳ, ଯାଜପୁରରୁ କେନ୍ଦୁଝର ପର୍ଯ୍ୟନ୍ତ ଲମ୍ବିଛି।

ପୋଲିସ ଏହି ଠକକୁ ଗିରଫ କରିବା ବେଳେ ତା ନିକଟରୁ ପାଞ୍ଚରୁ ଅଧିକ ସିମ କାର୍ଡ, ମୋବାଇଲ, ଏକ ବୁଲେଟ ଗାଡି, ବନ ବିଭାଗର ପୋଷାକ, ନକଲି ଆଇଡି କାର୍ଡ, ୩ଟି ଏଟିଏମ କାର୍ଡ ଜବତ କରିଛି । ସ୍ଥାନୀୟ ଯୁବମାନଙ୍କଦ୍ୱାରା ଯେଉଁ ହିସାବ ବାହାର କରାଯାଇଥିଲା ତାହା ପାଞ୍ଚଲକ୍ଷରୁ ଅଧିକ ହେବ ଏବଂ ପୋଲିସ ଦ୍ୱାରା ତଦନ୍ତ ହେଲେ ଏହି ଠକର ସହଯୋଗୀ ସାମ୍ନାକୁ ଆସିପାରିବେ ବୋଲି ସୂଚନା ରହିଛି।

Comments are closed.