Latest Odisha News

BREAKING NEWS

ଅଫିସରେ ଭଡ଼ା ଲାଗିଥିବା ଗାଡ଼ି ପାଇଁ କନିଷ୍ଠ କିରାଣିଙ୍କ ଦ୍ୱାରା ଲାଞ୍ଚ ନେଉଥିଲେ DEO

ଯାଜପୁର: ଲାଞ୍ଚ ନେଇ ଧରା ପଡ଼ିଲେ ଜିଲ୍ଲା ନିଯୁକ୍ତି ଅଫିସର । ଯାଜପୁର ଜିଲ୍ଲା ନିଯୁକ୍ତି ଅଧିକାରୀ ତାପସ କୁମାର ସ୍ୱାଇଁ ଭିଜିଲାନ୍ସ ହାତରେ ପଡ଼ିଛନ୍ତି । ତାଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣିଙ୍କ ହାତରେ ୧୨ ହଜାର ୬ ଶହ ଟଙ୍କା ଲାଞ୍ଚ ନେଉଥିଲେ ତାପସ ସ୍ୱାଇଁ । ଅଫିସ୍ କାର୍ଯ୍ୟ ପାଇଁ ଭଡ଼ା ଲାଗିଥିବା ଗାଡ଼ି ଡ୍ରାଇଭରଙ୍କୁ ଗାଡ଼ି ଓ ତେଲ ଟଙ୍କା ପାଇଁ ଲାଞ୍ଚ ନେଉଥିଲେ ।

ସମସ୍ତ ଲାଞ୍ଚ ଟଙ୍କା କନିଷ୍ଠ କିରାଣି ଜିତେନ୍ଦ୍ର କୁମାର ସେଠୀଙ୍କ ଠାରୁ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ପକ୍ଷରୁ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କ ୩ଟି ଠିକଣାରେ ରେଡ୍ କରିଛି ଭିଜିଲାନ୍ସ ।

ଏଥିସହ ପଢ଼ନ୍ତୁ: ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର ପଳାଶୁଣି ସ୍ଥିତ କମଳାବିହାର ଫ୍ଲାଟ ସହ ପାତ୍ରପଡ଼ାରେ ଥିବା ଦୁଇ ମହଲା ଘର ସହ କଟକ ନିଆଳି ପୈତୃକ ଗାଁ ଆଠଙ୍ଗରେ ଭିଜିଲାନ୍ସ ଏକକାଳୀନ ରେଡ୍ କରିଛି । ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.