Latest Odisha News

BREAKING NEWS

ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍-୧, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ୩ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି ।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ଇସ୍ୟୁ ୱାରେଣ୍ଟ ଅନୁସାରେ, ୩ ଜଣ ଡିଏସପିଙ୍କ ନେତୃତ୍ୱରେ ୧୧ ଜଣ ଇନ୍ସପେକ୍ଟର, ୨ ଜଣ ସବ୍ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଓ ଅନ୍ୟ ଷ୍ଟାଫ ରେଡ୍ କରୁଛନ୍ତି । କଟକ ସିଡିଏରେ ଏକ ୩ ମହଲା ଘର ଥିବାବେଳେ ସାଲେପୁର ଚମ୍ପତିପାଟଣାରେ ରହିଛି ଗୋଟିଏ ଘର ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶ୍ରୁତି ପ୍ଲାଜାରେ ଗୋଟିଏ ଫ୍ଲାଟ, ଜଗତସିଂହପୁର କୁଜଙ୍ଗ ନିକଟ ଗଣ୍ଡିକାପୁରରେ ମାନସଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି । ଭୁବନେଶ୍ୱର ଅଫିସ୍ ସହ ସାଲେପୁରର ମାନସଙ୍କ ଜଣେ ସାଙ୍ଗ ଘରେ ଭିଜିଲାନ୍ସ ରେଡ୍ ଜାରି ରଖିଛି । ରେଡ୍ ସରିବା ପରେ ମୋଟ ସମ୍ପତ୍ତିର ପରିମାଣ ଜଣା ପଡ଼ିବ ।

Leave A Reply

Your email address will not be published.