Latest Odisha News

BREAKING NEWS

ବିବାହର ୪ ମାସ ପରେ ଯମଜ ସନ୍ତାନର ମାଆ ହେଲେ ନୟନତାରା

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ବିବାହାର ୪ମାସ ପରେ ଯମଜ ସନ୍ତାନର ମାଆ ହୋଇଛନ୍ତି । ନୟନତାରା ଏବଂ ତାଙ୍କ ପତି ବିଘ୍ନେଶ ଶିବନ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପୁଅଙ୍କ ପାଦକୁ ନୟନତାରା ଏବଂ ବିଘ୍ନେଶ ଗେହ୍ଲ କରୁଥିବା ଦେଖିବାକୁ ମିଳିଛି । ଉଭୟ ସରଗୋସି ଜରିଆରେ ସନ୍ତାନ ସୁଖ ପାଇଥିବା ଜଣାପଡିଛି । ଯମଜ ସନ୍ତାନଙ୍କ ନାମ ସେମାନେ ଉଇର ଏବଂ ଉଲଗମ ଦେଇଛନ୍ତି । ପରିବାରବର୍ଗଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ଏ ନେଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଇବା ପରେ ଚଳିତ ବର୍ଷ ଜୁନ ୯ରେ ଉଭୟ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବା ପରେ ହନୀମୁନ ପାଇଁ ଥାଇଲାଣ୍ଡ ଯାଇଥିଲେ । ଏହା ପୂର୍ବରୁ ସେମାନେ ସରଗୋଶୀ ପାଇଁ ସମସ୍ତ କାର୍ଯ୍ୟ ସାରି ଦେଇଥିଲେ । ଆମମାନଙ୍କ ପ୍ରତି ପିତୃପୁରୁଷଙ୍କ ଆଶୀର୍ବାଦ ଓ ଅନ୍ୟମାନଙ୍କ ସ୍ନେହ ଥିବାରୁ ଆମେ ବାପା, ମାଆ ହୋଇଗଲୁ ବୋଲି ବିଘ୍ନେଶ ଲେଖିଛନ୍ତି ।

Leave A Reply

Your email address will not be published.