ପୁରୀ: ବିଜୁ ଜନତା ଦଳ ପକ୍ଷରୁ ଆଜି ପୁରୀ ସହରର ସମସ୍ତ ୱାର୍ଡର ଦଳୀୟ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ହେଲେ ସୁରେନ୍ଦ୍ର ନାଥ ଦାଶ, ଦେବାନନ୍ଦ ଦାସ ମହାପାତ୍ର ଓ ରବି ନାରାୟଣ ସାମନ୍ତରାୟ । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏହା ଘୋଷଣା କରିଛନ୍ତି । ପୂର୍ବରୁ ବିଭିନ୍ନ ୱାର୍ଡ ପାଇଁ ୧୩ଜଣଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ପୁଷ୍ପାଞ୍ଜଳୀ ରଣାଙ୍କୁ ୧ ନମ୍ବର, ନାରାୟଣ ପଟ୍ଟନାୟକଙ୍କୁ ୩,୧୬,୧୭ ଓ ଘନଶ୍ୟାମ ମର୍ଦ୍ଦରାଜଙ୍କୁ ୩,୪ ଓ ୫ ନମ୍ବର ୱାର୍ଡ ଦାୟିତ୍ୱରେ ରହିଛନ୍ତି ।
ପୂର୍ବତନ କାଉନସିଲର ପ୍ରଦୀପ ନାୟକଙ୍କୁ ୬ ଓ ୭, ବିପିନ ପତ୍ରୀଙ୍କୁ ୮ ଓ ୯, ପୂର୍ବତନ କାଉନସିଲର ବାବୁଲା ପ୍ରସାଦଙ୍କୁ ୧୦ ଓ ୧୧, ଗୁଣଧର ଦାସ ମହାପାତ୍ରଙ୍କୁ ୧୨, ୧୩ ଓ ୧୫, ଭକ୍ତଚରଣ ଦାସଙ୍କୁ ୧୪, ୧୮, ୧୯ ଓ ୨୦, ନୃସିଂହ ପ୍ରସାଦ ସାହୁଙ୍କୁ ୨୧ ଓ ୨୨, ବଳରାମ ରେଡ୍ଡୀଙ୍କୁ ୨୩, ୨୪ ଓ ୨୮, ଶାନ୍ତିଲତା ପ୍ରଧାନଙ୍କୁ ୨୫ ଓ ୨୭, ଜମ୍ବେଶ୍ୱର ମହାନ୍ତିଙ୍କୁ ୨୯, ୩୦ ଓ ୩୧, କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ୨୬, ୩୧ ଓ ୩୨ ନମ୍ବର ୱାର୍ଡର ପର୍ଯ୍ୟବେକ୍ଷକ କରାଯାଇଛି ।
Comments are closed.