ବ୍ରହ୍ମପୁର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ୟୋନୋ ଆପ ବନ୍ଦ ହୋଇଯିବ କହି ଜଣେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଗଲେ ସାଇବର୍ ଅପରାଧୀ। ଠକେଇର ଶିକାର ହୋଇଥିବା ଡାକ୍ତର ଜଣଙ୍କ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସହର ଅଯୋଧ୍ୟାନଗର ଦ୍ବିତୀୟ ଲେନ୍ ନିବାସୀ ଡା.ଲକ୍ଷ୍ମୀକାନ୍ତ ଚାନ୍ଦ ଗଜପତି ଜିଲା ଆର.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ସେ ତାଙ୍କ ମୋବାଇଲରେ ଏସବିଆଇର ୟୋନୋ ଆପ୍ ରଖିଛନ୍ତି। ଦୁଇ ଦିନ ପୂର୍ବେ ତାଙ୍କ ଆକାଉଣ୍ଟ ସହ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ମ୍ୟାସେଜ୍ ଆସିଥିଲା, ଯେଉଁଥିରେ ପାନ୍ ନମ୍ବର ଅପଡେଟ କରାନଗଲେ ୟୋନୋ ଆପ୍ ବନ୍ଦ ହୋଇଯିବ ବୋଲି ଲେଖାଯାଇଥିଲା। ମ୍ୟାସେଜ ସହ ଆସିଥିବା ଲିଙ୍କ୍ ଉପରେ ସେ କ୍ଲିକ୍ କରିଦେଇଥିଲେ। କ୍ଲିକ ପରେ ତାଙ୍କ ମୋବାଇଲରେ ୟୋନୋ ଆପ ଭଳି ଏକ ନୂତନ ଅନଲାଇନ ପୃଷ୍ଠା ଖୋଲିଥିଲା। ସେହି ପୃଷ୍ଠା ଷ୍ଟେଟବ୍ୟାଙ୍କର ହୋଇଥିବା ଭାବି ସେ ୟୋନୋ ଆପ୍ ୟୁଜର ଆଇଡି ଏବଂ ପାସୱାର୍ଡ ଦାଖଲ କରିଥିଲେ। ମୋବାଇଲକୁ ଓଟିପି ଆସିଥିଲା। ୱେବସାଇଟରେ ଓଟିପି ଦାଖଲ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ପ୍ରଥମେ ୨ ଲକ୍ଷ ୯୯ ହଜାର ୯୯୯ ଟଙ୍କା ଏବଂ ପରେ ୨୪ ହଜାର ୯୮୭ ଟଙ୍କା କଟିଯାଇଥିଲା। ସାଇବର ଠକେଇର ଶିକାର ହୋଇଥିବା ସେ ଜାଣିପାରିଥିଲେ। ଡାକ୍ତର ଜଣଙ୍କ ପ୍ରଥମେ ନିଜ ଷ୍ଟେଟବ୍ୟାଙ୍କ ଶାଖାକୁ ଯୋଗାଯୋଗ କରି ଏଭଳି ବେଆଇନ ନେଣଦେଣ ବନ୍ଦ କରିବାକୁ କହିବା ପରେ ଷ୍ଟେଟ୍ୟବ୍ୟାଙ୍କର ହେଲ୍ପଲାଇନ ନମ୍ବରକୁ ଫୋନ କରି ଜଣାଇଥିଲେ। ଏହାପରେ ସେ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ୪୩/୨୨ରେ ଏକ ମାମଲା ରୁଜୁ ହୋଇଛି।
BREAKING NEWS
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?
- ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ
- ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ ପୁଅ
- ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ
- ଚିନି ବନ୍ଦ କଲେ କମିବ କି ଡାଇବେଟିସ୍? ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ୍ ରିସର୍ଚ୍ଚରୁ ଜାଣନ୍ତୁ ସତ୍ୟତା
- ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ରୋକିବାକୁ ନୂଆ ନିୟମ, ନିୟନ୍ତ୍ରଣକୁ ଆସିଲା ଦର
- Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
- ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍
- ପୂର୍ବତନ ବିଧାୟକ ସତ୍ୟ ଭୂଷଣଙ୍କ ପରଲୋକ;ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ

Comments are closed.