ବ୍ରହ୍ମପୁର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ୟୋନୋ ଆପ ବନ୍ଦ ହୋଇଯିବ କହି ଜଣେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଗଲେ ସାଇବର୍ ଅପରାଧୀ। ଠକେଇର ଶିକାର ହୋଇଥିବା ଡାକ୍ତର ଜଣଙ୍କ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସହର ଅଯୋଧ୍ୟାନଗର ଦ୍ବିତୀୟ ଲେନ୍ ନିବାସୀ ଡା.ଲକ୍ଷ୍ମୀକାନ୍ତ ଚାନ୍ଦ ଗଜପତି ଜିଲା ଆର.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ସେ ତାଙ୍କ ମୋବାଇଲରେ ଏସବିଆଇର ୟୋନୋ ଆପ୍ ରଖିଛନ୍ତି। ଦୁଇ ଦିନ ପୂର୍ବେ ତାଙ୍କ ଆକାଉଣ୍ଟ ସହ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ମ୍ୟାସେଜ୍ ଆସିଥିଲା, ଯେଉଁଥିରେ ପାନ୍ ନମ୍ବର ଅପଡେଟ କରାନଗଲେ ୟୋନୋ ଆପ୍ ବନ୍ଦ ହୋଇଯିବ ବୋଲି ଲେଖାଯାଇଥିଲା। ମ୍ୟାସେଜ ସହ ଆସିଥିବା ଲିଙ୍କ୍ ଉପରେ ସେ କ୍ଲିକ୍ କରିଦେଇଥିଲେ। କ୍ଲିକ ପରେ ତାଙ୍କ ମୋବାଇଲରେ ୟୋନୋ ଆପ ଭଳି ଏକ ନୂତନ ଅନଲାଇନ ପୃଷ୍ଠା ଖୋଲିଥିଲା। ସେହି ପୃଷ୍ଠା ଷ୍ଟେଟବ୍ୟାଙ୍କର ହୋଇଥିବା ଭାବି ସେ ୟୋନୋ ଆପ୍ ୟୁଜର ଆଇଡି ଏବଂ ପାସୱାର୍ଡ ଦାଖଲ କରିଥିଲେ। ମୋବାଇଲକୁ ଓଟିପି ଆସିଥିଲା। ୱେବସାଇଟରେ ଓଟିପି ଦାଖଲ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ପ୍ରଥମେ ୨ ଲକ୍ଷ ୯୯ ହଜାର ୯୯୯ ଟଙ୍କା ଏବଂ ପରେ ୨୪ ହଜାର ୯୮୭ ଟଙ୍କା କଟିଯାଇଥିଲା। ସାଇବର ଠକେଇର ଶିକାର ହୋଇଥିବା ସେ ଜାଣିପାରିଥିଲେ। ଡାକ୍ତର ଜଣଙ୍କ ପ୍ରଥମେ ନିଜ ଷ୍ଟେଟବ୍ୟାଙ୍କ ଶାଖାକୁ ଯୋଗାଯୋଗ କରି ଏଭଳି ବେଆଇନ ନେଣଦେଣ ବନ୍ଦ କରିବାକୁ କହିବା ପରେ ଷ୍ଟେଟ୍ୟବ୍ୟାଙ୍କର ହେଲ୍ପଲାଇନ ନମ୍ବରକୁ ଫୋନ କରି ଜଣାଇଥିଲେ। ଏହାପରେ ସେ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ୪୩/୨୨ରେ ଏକ ମାମଲା ରୁଜୁ ହୋଇଛି।
BREAKING NEWS
- କେନ୍ଦୁଝରରେ ଅଜବ ଘଟଣା; ପ୍ରେମ ପାଇଁ ଟାୱାରରେ ଚଢ଼ିଲା ପ୍ରେମିକ
- ବାଲୁକା କଳାରେ ପୁଟିନଙ୍କୁ ସ୍ବାଗତ ଜଣାଇଲେ ମାନସ ସାହୁ
- ଆମେ ବି କାମ କରୁଛୁ ଏକା ତୁମେ ନୁହଁ: ମୋଦି ସରକାର ଉପରେ ବର୍ଷିଲେ ରାହୁଲ…
- ଛାତ୍ରଙ୍କୁ କିଏ ବାନ୍ଧିଲା ଶିକୁଳିରେ; ଜାଣନ୍ତୁ କଣ କହୁଛନ୍ତି ପରିବାର…
- ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ, ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା
- Russian Deputy Prime Minister:ରାଷ୍ଟ୍ରପତିଙ୍କ ପୂର୍ବରୁ ଭାରତରେ ପହଞ୍ଚିଲେ ରୁଷର ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭ
- ବରଗଡ଼ ଧନୁଯାତ୍ରା ନିମନ୍ତେ କୋଟିଏ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି
- ଉନ୍ମତ୍ତ କାଣ୍ଡ: ନିଶା ଖାଇ ମାଆକୁ ପେଟ୍ରେଲ ଢ଼ାଳି ଜାଳିଦେଲା ପୁଅ
- Kantabanjhi Mla Laxman Bag: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ; ଥାନାରେ ଏତଲା
- ଆସିଲା ନୂଆ ପଦ୍ଧତି, ବିନା ଡ଼କ୍ୟୁମେଣ୍ଟରେ କରିପାରିବେ ଆଧାର କାର୍ଡ଼ ଅପଡ଼େଟ
Comments are closed.