ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଓ କୁମାର ପୂର୍ଣ୍ଣିମା ସମୟରେ ବ୍ୟାପକ ଭାବେ ଟଙ୍କା ଖେଳ ଚାଲିଥାଏ। ପରମ୍ପା ନାଁରେ ଚାଲିଥିବା ଜୁଆ ଖେଳ ଉପରେ ଜୋରଦାର୍ ଧରପଗଡ଼ କରିଛି ପୋଲିସ। ଗଞ୍ଜାମ ଜିଲାର ଦୁଇଟି ପୋଲିସ ଜିଲା ଯଥା ଗଞ୍ଜାମ ଏବଂ ବ୍ରହ୍ମପୁରରେ ଅକ୍ଟୋବର ଏକ ତାରିଖରୁ ୯ ତାରିଖ ଭିତରେ ମାତ୍ର ୧୦ ଦିନ ଭିତରେ ମୋଟ ୧୮୯ଟି ସ୍ଥାନରେ ଚଢ଼ଉ ହୋଇଥିଲା। ହଜାରରେ ଅଧିକ ଜୁଆଡ଼ି ଗିରଫ ହେବା ସହ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ୍ ଏମ୍ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ଦିନ ଭିତରେ ବ୍ରହ୍ମପୁର ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୨୭ଟି ଜୁଆ ଆଡ୍ଡାରେ ଚଢଉ କରାଯାଇଥିଲା। ୧୯୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୨ ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି। ବହୁ ସଂଖ୍ୟେର ବାଇକ୍ ଏବଂ ମୋବାଇଲ୍ ମଧ୍ୟ ଜବତ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ଗଞ୍ଜାମ ଏସ୍ବି ବ୍ରିଜେଶ ରାଏଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୧୦ ଦିନ ଭିତରେ ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୧୬୨ଟି ଜୁଆ ଆଡ୍ଡାରେ ଚଢଉ ହୋଇଛି। ୮୮୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୭ ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଓଡ଼ିଶା ଜୁଆଖେଳ ନିରୋଧ ଆଇନ ଧାରା ୩ ଅନୁସାରେ ଏହା ବେଆଇନ ହୋଇଥିବା ବେଳେ ଜୁଆଡିଙ୍କୁ ୧ ମାସର ଜେଲଦଣ୍ଡ ଓ ୧୦୦ ଟଙ୍କା ଜୋରିମାନା ଆଦାୟର ନିୟମ ରହିଛି। ତେବେ ଗଞ୍ଜାମ ଜିଲାରେ ଯେଉଁ ଜୁଆଡ଼ିମାନେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ବହୁ ମହିଳା ମଧ୍ୟ ରହିଛନ୍ତି। ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ କଟକଣା ଯୋଗୁ ପାର୍ବଣ ଋତୁ ଫିକା ପଡ଼ିଥିଲା। ଚଳିତ ବର୍ଷ କଟକଣା ନଥିବା ଯୋଗୁ ପାର୍ବଣ ସହିତ ଖେଳ ମଧ୍ୟ ଜମି ଥିଲା। ପୋଲିସର ବାରମ୍ବାର ଚଢ଼ଉ ସତ୍ତ୍ବେ ଖେଳ ଚାଲିଥିଲା। ଜୁଆଡିମାନେ କେଉଁଠି କ୍ଲବ ଘରେ ତ’ ଆଉ କେଉଁଠି କାହା ଘରେ ଖେଳିଥିଲେ ।
BREAKING NEWS
- ଓରେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ସିଦ୍ଧାନ୍ତ ଦାସ
- ଯାତ୍ରିବାହୀ ବିମାନରେ ଅଗ୍ନିକାଣ୍ଡ, ଉପସ୍ଥିତ ଥିଲେ ଶହେରୁ ଅଧିକ
- ପାନ୍ କାର୍ଡକୁ ନେଇ କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି, ଖର୍ଚ୍ଚ ହେବ ୧,୪୩୫ କୋଟି
- କିଏ ଧରିବ ମହାରାଷ୍ଟ୍ରର ମଙ୍ଗ? ଲାଗିରହିଛି ସସପେନ୍ସ! କାଲି ଇସ୍ତଫା ଦେବେ ସିନ୍ଦେ
- ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ଠିକ୍ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଆଇପିଏଲ ନିଲାମ: ୧୩ ବର୍ଷରେ କୋଟିପତି ହେଲେ ବୈଭବ
- ୧୮ ବର୍ଷୀୟ ଆଫଗାନୀ ସ୍ପିନରଙ୍କୁ ୪.୮୦ କୋଟିରେ ନେଲା ମୁମ୍ବାଇ
- ସୈନ୍ୟବାହିନୀରୁ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇପାରନ୍ତି ଟ୍ରମ୍ପ
- ଆଇପିଏଲ ମେଗା ନିଲାମ: ଚର୍ଚ୍ଚାରେ ଅଂଶୁଲ କମ୍ବୋଜ
- ସମ୍ବିଧାନରୁ ହଟିବନି ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ
Comments are closed.