ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା କନିଷିସ୍ଥିତ ‘କନିଷି ଢାବା’ରେ କାମ କରୁଥିବା ଜଣେ ଡିପ୍ଲୋମା ଛାତ୍ର ନିଖୋଜ ହେବାର ପ୍ରାୟ ମାସେ ପରେ ତାଙ୍କ ମୃତ ଦେହ ମିଳିଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାକେଶପଙ୍କା ଗ୍ରାମର ହେମନ୍ତ ମଲ୍ଲିକ। ହେମନ୍ତ କନିଷି ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସିଭିଲ୍ ଇଂଜିନିୟରିଂର ଚତୁର୍ଥ ସେମିଷ୍ଟାର ଛାତ୍ର। ଏହି ଘଟଣାରେ ହେମନ୍ତଙ୍କ ପରିବାର ବର୍ଗ ଢ଼ାବା ମାଲିକ ଏବଂ ଜଣେ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ପରିବାର ତରଫରୁ ଗୋଳନ୍ଥରା ଥାନାରେ ଏତଲା ଦିଆଯାଇଛି।
ହେମନ୍ତ ଗତ ଦୁଇ ବର୍ଷ ହେବ କନିସିସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ। ଗତ ଜୁଲାଇ ୨୯ତାରିଖରେ ଚତୁର୍ଥ ସେମିଷ୍ଟର ପରୀକ୍ଷା ଶେଷ ହେବା ପରେ କଲେଜ ବନ୍ଦ ହୋଇଥିଲା। ପରିବାରର ଆର୍ଥିକ ଅନଟନ ଯୋଗୁଁ ସେ ଘରକୁ ନଯାଇ ଗତ ଅଗଷ୍ଟ ଠାରୁ କନିସିସ୍ଥିତ ‘କନିଷି ଢ଼ାବା’ରେ କାମ କରୁଥିଲେ। ଢ଼ାବାରେ କାମ କରିବା ସହିତ ପାଠ ମଧ୍ୟ ପଢୁଥିଲେ। ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟାରୁ ଢାବାରୁ ନିଖୋଜ ରହିଥିଲେ। ୧୩ ତାରିଖରେ ସୁକାନ୍ତ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଢ଼ାବାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସହ ମୋବାଇଲକୁ ନେଇ ହେମନ୍ତଙ୍କ ଝଗଡ଼ା ଲାଗି ରହିଥିଲା। ତା’ ପରଠୁ ହେମନ୍ତ ନିଖୋଜ ଅଛନ୍ତି। ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା। ଅଭିଯୋଗ ପରେ ଢ଼ାବା କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିଥିଲା। ସୋମବାର ହଳଦିଆପଦର ରେଳଧାରଣ ନିକଟରେ ଏକ ଶବ ପଡ଼ିଥିବା ବ୍ରହ୍ମପୁର ଜିଆରପି ପାଖକୁ ସୂଚନା ଆସିଥିଲା। ଖବର ପାଇ ହେମନ୍ତଙ୍କ ପରିବାର ବର୍ଗ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ହେମନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଗୋଳନ୍ଥରା ଥାନାରେ ୩୬୮/୨୨ରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅନ୍ୟ ପଟେ ଜଣେ ଗରିବ ମେଧାବୀ ଛାତ୍ର, ଯିଏ ପାଠ ପଢିବା ସହ ଢ଼ାବାରେ କାମ କରୁଥିଲେ,ସେ କେବେ ବି ଆତ୍ମହତ୍ୟା କରିନଥିବେ ବୋଲି ପରିବାର ପକ୍ଷରୁ କୁହାଯାଉଛି। ମୋବାଇଲ୍ ଫୋନ ପାଇଁ ଢାବା କର୍ମଚାରୀଙ୍କ ସହ ଗଣ୍ଡଗୋଳ ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିବା ପରେ ରେଳଧାରଣାରେ ପକାଇ ଦିଆଯାଇଥିବା ସେମାନେ ସନ୍ଦେହ କରୁଛନ୍ତି। ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା ଚାଲିଥିବା ହେମନ୍ତଙ୍କ ଭାଇ ସୁକାନ୍ତ ପ୍ରକାଶ କରିଛନ୍ତି।
BREAKING NEWS
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ

Comments are closed.