ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା କନିଷିସ୍ଥିତ ‘କନିଷି ଢାବା’ରେ କାମ କରୁଥିବା ଜଣେ ଡିପ୍ଲୋମା ଛାତ୍ର ନିଖୋଜ ହେବାର ପ୍ରାୟ ମାସେ ପରେ ତାଙ୍କ ମୃତ ଦେହ ମିଳିଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାକେଶପଙ୍କା ଗ୍ରାମର ହେମନ୍ତ ମଲ୍ଲିକ। ହେମନ୍ତ କନିଷି ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସିଭିଲ୍ ଇଂଜିନିୟରିଂର ଚତୁର୍ଥ ସେମିଷ୍ଟାର ଛାତ୍ର। ଏହି ଘଟଣାରେ ହେମନ୍ତଙ୍କ ପରିବାର ବର୍ଗ ଢ଼ାବା ମାଲିକ ଏବଂ ଜଣେ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ପରିବାର ତରଫରୁ ଗୋଳନ୍ଥରା ଥାନାରେ ଏତଲା ଦିଆଯାଇଛି।
ହେମନ୍ତ ଗତ ଦୁଇ ବର୍ଷ ହେବ କନିସିସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ। ଗତ ଜୁଲାଇ ୨୯ତାରିଖରେ ଚତୁର୍ଥ ସେମିଷ୍ଟର ପରୀକ୍ଷା ଶେଷ ହେବା ପରେ କଲେଜ ବନ୍ଦ ହୋଇଥିଲା। ପରିବାରର ଆର୍ଥିକ ଅନଟନ ଯୋଗୁଁ ସେ ଘରକୁ ନଯାଇ ଗତ ଅଗଷ୍ଟ ଠାରୁ କନିସିସ୍ଥିତ ‘କନିଷି ଢ଼ାବା’ରେ କାମ କରୁଥିଲେ। ଢ଼ାବାରେ କାମ କରିବା ସହିତ ପାଠ ମଧ୍ୟ ପଢୁଥିଲେ। ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟାରୁ ଢାବାରୁ ନିଖୋଜ ରହିଥିଲେ। ୧୩ ତାରିଖରେ ସୁକାନ୍ତ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଢ଼ାବାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସହ ମୋବାଇଲକୁ ନେଇ ହେମନ୍ତଙ୍କ ଝଗଡ଼ା ଲାଗି ରହିଥିଲା। ତା’ ପରଠୁ ହେମନ୍ତ ନିଖୋଜ ଅଛନ୍ତି। ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା। ଅଭିଯୋଗ ପରେ ଢ଼ାବା କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିଥିଲା। ସୋମବାର ହଳଦିଆପଦର ରେଳଧାରଣ ନିକଟରେ ଏକ ଶବ ପଡ଼ିଥିବା ବ୍ରହ୍ମପୁର ଜିଆରପି ପାଖକୁ ସୂଚନା ଆସିଥିଲା। ଖବର ପାଇ ହେମନ୍ତଙ୍କ ପରିବାର ବର୍ଗ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ହେମନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଗୋଳନ୍ଥରା ଥାନାରେ ୩୬୮/୨୨ରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅନ୍ୟ ପଟେ ଜଣେ ଗରିବ ମେଧାବୀ ଛାତ୍ର, ଯିଏ ପାଠ ପଢିବା ସହ ଢ଼ାବାରେ କାମ କରୁଥିଲେ,ସେ କେବେ ବି ଆତ୍ମହତ୍ୟା କରିନଥିବେ ବୋଲି ପରିବାର ପକ୍ଷରୁ କୁହାଯାଉଛି। ମୋବାଇଲ୍ ଫୋନ ପାଇଁ ଢାବା କର୍ମଚାରୀଙ୍କ ସହ ଗଣ୍ଡଗୋଳ ପରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିବା ପରେ ରେଳଧାରଣାରେ ପକାଇ ଦିଆଯାଇଥିବା ସେମାନେ ସନ୍ଦେହ କରୁଛନ୍ତି। ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା ଚାଲିଥିବା ହେମନ୍ତଙ୍କ ଭାଇ ସୁକାନ୍ତ ପ୍ରକାଶ କରିଛନ୍ତି।
BREAKING NEWS
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?
- ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ
- ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ ପୁଅ
- ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ
- ଚିନି ବନ୍ଦ କଲେ କମିବ କି ଡାଇବେଟିସ୍? ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ୍ ରିସର୍ଚ୍ଚରୁ ଜାଣନ୍ତୁ ସତ୍ୟତା
- ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ରୋକିବାକୁ ନୂଆ ନିୟମ, ନିୟନ୍ତ୍ରଣକୁ ଆସିଲା ଦର
- Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
- ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍
- ପୂର୍ବତନ ବିଧାୟକ ସତ୍ୟ ଭୂଷଣଙ୍କ ପରଲୋକ;ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ

Comments are closed.