ବ୍ରହ୍ମପୁର: ଗଞ୍ଜାମ ଜିଲାର ୧୦୭ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୂପାନ୍ତରୀକରଣ ଅଭିଯାନରେ ସାମିଲ କରାଯିବ। ଏନେଇ ମଙ୍ଗଳବାର ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଗଞ୍ଜାମ ଜିଲାର ରୂପାନ୍ତରୀତ ହେବାକୁ ଥିବା ବିଦ୍ୟାଳୟ ସମ୍ପର୍କରେ ଭିଡ଼ିଓ କନ୍ଫ୍ରେନ୍ସ ମାଧ୍ୟମରେ ଜଣାଇଥିଲେ। ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକୁ ରୂପାନ୍ତରଣ କରି ଶିକ୍ଷା ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହି ରୂପାନ୍ତରୀକରଣ କେବଳ ଜଣେ ବ୍ୟକ୍ତି ଚାହିଁଲେ ହେବ ନାହିଁ, ସାମୂହିକ ଉଦ୍ୟମ ଦ୍ବାରା ହିଁ ସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରିବ। ସମସ୍ତଙ୍କ ସହଭାଗିତା ଜରୁରୀ। ପୂର୍ବରୁ ଯେଉଁ ବିଦ୍ୟାଳୟଗୁଡିକ ରୂପାନ୍ତରୀକରଣ ହୋଇଛି, ସେଗୁଡିକର ରକ୍ଷଣା ବେକ୍ଷଣ ଓ ପରିଚାଳନା ସଠିକ କରିବା ନେଇ ସମସ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଏତତ୍ ବ୍ୟତୀତ ସମସ୍ତ ବିଦ୍ୟାଳୟକୁ ପଟ୍ଟା ପ୍ରଦାନ କରି ଜମି ଅଧିକାର ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ସମସ୍ତ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ, ଇଣ୍ଟରନେଟ୍ ସଂଯୋଗ, ସୁନ୍ଦର ଖେଳ ପଡିଆ, ଉତ୍ତମ ଶ୍ରେଣୀ କକ୍ଷ, ପାଠାଗାର, ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ସହିତ ସମସ୍ତ ବିଦ୍ୟାଳୟକୁ ରାସ୍ତା ଯେପରି ସଂଯୋଗ ହେବ ସେଥି ସକାଶେ ସେ ଗୁରୁତ୍ବ ଦେଇଥିଲେ। ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ବାନ୍ ସମ୍ମିଳନୀ କକ୍ଷରେ ଭିଡ଼ିଓ କନ୍ଫ୍ରେନ୍ସରେ ଯୋଡ଼ିହୋଇ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା କହିଥିଲେ ଯେ, ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୩୩ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଛି। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି। ପୂର୍ବରୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ଆଉ ବିଦ୍ୟାଳୟ ଛାଡି ଯାଉ ନାହାନ୍ତି। ପାଠ ପଢାର ମାନ ବୃଦ୍ଧି ଘଟୁଛି ବୋଲି ସେ କହିଥିଲେ। ୫-ଟି ସଚିବ ପାଣ୍ଡିଆନ୍ ଜିଲାର ସମସ୍ତ ବ୍ଲକ୍ ଏବଂ ବ୍ରହ୍ମପୁର ମହାନଗର ନିଗମ ସହିତ ଯୋଡି ହୋଇ ସ୍ଥାନୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ଲୋକ ପ୍ରତିନିଧି, ସରପଞ୍ଚ, ସମସ୍ତ ବିଦ୍ୟାଳୟର ପୁରାତନ ଛାତ୍ର, ବିଦ୍ୟାଳୟରେ ଉନ୍ନୟନ କମିଟିର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ବିଦ୍ୟାଳୟର ରୂପାନ୍ତର କିଭଳି ଚାହୁଁଛନ୍ତି ତାହା ପଚାରି ବୁଝିବା ସହିତ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ କଣ କରିବେ ତାହା ପଚାରି ବୁଝିଥିଲେ। ରୂପାନ୍ତରୀକରଣ ହେବା ଫଳରେ ଛାତ୍ରଛାତ୍ରୀ ମାନଙ୍କ ଯାହା ସ୍ବପ୍ନ ରହିଛି ତାହା ପୂରଣ ହେବ ବୋଲି ସେ ପ୍ରକାଶ କରିଥିଲେ। ବେଶେଷକରି ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ହେଲେନ୍ କେଲର ବଧିର ବିଦ୍ୟାଳୟର ଛାତ୍ର ଦ୍ବୟ ସ୍କୁଲ ରୂପାନ୍ତରୀକରଣ ହେଲେ ଦୃଶ୍ୟ ଦେଖି ପଢିବା ସୁବିଧା ହେବ ବୋଲି ବ୍ୟକ୍ତ କରି ଖୁସି ଜାହିର କରିଥିଲେ । ସେହିପରି ରେଡକ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟର ଅଦୃଷ୍ଟି ଛାତ୍ରୀ ମଧ୍ୟ ଖୁସି ପ୍ରକାଶ କରିଥିଲେ। ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କିର୍ତ୍ତି ଭାସନ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲା ଶିକ୍ଷାଧିକାରୀ ବିନୀତା ସେନାପତିଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
BREAKING NEWS
- ୪୦ଟି ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି ଭାରତ, ଇନ୍ଧନର କୌଣସି ଅଭାବ ନାହିଁ
- Fuel Surcharge Hike: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢ଼ିଲା ଫୁଏଲ ସରଚାର୍ଜ, ବିମାନ ଯାତ୍ରା ମହଙ୍ଗା
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
Comments are closed.