Latest Odisha News

BREAKING NEWS

ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଟ୍ୱିନ୍ ସିଟିରେ ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା ଟ୍ୱିନ୍ ସିଟି। ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ। ଚଳିତ ବର୍ଷର ପ୍ରଥମ କୁହୁଡ଼ି ଦେଖିଲେ ରାଜଧାନୀବାସୀ। ଘନ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବାତ୍ୟା ‘ଅର୍ଣ୍ଣବ’ ଗଲା ପରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ରାତି ତାପମାତ୍ରା ହ୍ରାସ ପାଇଛି ଏବଂ ସାମାନ୍ୟ ଶୀତ ଅନୁଭୂତ ହେବାରେ ଲାଗିଛି।

ସମଗ୍ର ଟ୍ୱିନ୍ ସିଟି କୁହୁଡ଼ିର ଧଳା ଚାଦର ତଳେ ଢାଙ୍କି ହୋଇ ରହିଥିଲା । ​ଦୃଶ୍ୟମାନତା ହ୍ରାସ ଯୋୁଗଁ ରାଜପଥରେ ଗାଡ଼ି ଚଳାଚଳ ମନ୍ଥର ଥିଲା। ସକାଳ ପ୍ରାୟ ୫ଟାରୁ ୭ଟା ମଧ୍ୟରେ କୁହୁଡ଼ିର ଘନତା ଏତେ ଅଧିକ ରହିଥିଲା ଯେ କିଛି ମିଟର ଦୂରରେ ଥିବା ବସ୍ତୁ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉ ନଥିଲା ।

ବିଶେଷ କରି ଜାତୀୟ ରାଜପଥ-୧୬, କଟକର ରିଂ ରୋଡ୍, ନନ୍ଦନକାନନ ରୋଡ୍, ଉତ୍ତରା ଛକ ଏବଂ ଉପକଣ୍ଠ ଅଞ୍ଚଳରେ ଦୃଶ୍ୟମାନତା ଯଥେଷ୍ଟ କମିଯାଇଥିଲା । ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ିଚାଳକମାନେ ଫଗ୍ ଲାଇଟ୍ ଏବଂ ହାଜାର୍ଡ ଲାଇଟ୍ ଜଳାଇ ଧୀର ଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା । ଗତ କିଛି ଦିନ ଧରି ବାୟୁମଣ୍ଡଳରେ ପ୍ରବଳ ଆର୍ଦ୍ରତା ରହିବା ସହ ରାତି ତାପମାତ୍ରା ହ୍ରାସ ପାଇବା ଫଳରେ ଏହି ଘନ କୁହୁଡ଼ି ସୃଷ୍ଟି ହୋଇଛି ।

 

Leave A Reply

Your email address will not be published.