ଭୁବନେଶ୍ବର: ୨୦୨୭ ମସିହା ପାଇଁ ଘୋଷଣା ହେଲା ସରକାରୀ କର୍ମଚାରୀଙ୍କ ଲାଗି ଛୁଟି ତାଲିକା। ଆସନ୍ତାବର୍ଷ ମୋଟ୍ ୨୯ଟି ଛୁଟି ମିଳିବ । ୬ଟି ଛୁଟି ଦ୍ଵିତୀୟ ଓ ଚତୁର୍ଥ ଶନିବାର କିମ୍ବା ରବିବାର ପଡ଼ୁଥିବାରୁ ସେଗୁଡ଼ିକ ଘୋଷଣା କରାଯାଇ ନାହିଁ। ଏହା ବାଦ୍ ୪ଟି ଅପ୍ସନାଲ୍ ଛୁଟି ତାଲିକା ଜାରି ହୋଇଛି । ରାଜସ୍ୱ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।
ଜାନୁଆରୀ ମାସରେ ଦୁଇଟି ଛୁଟି ମିଳିବ- ମକର ସଂକ୍ରାନ୍ତି ୧୪ ରେ ଓ ସାଧାରଣତତ୍ତ୍ୱ ଦିବସ ୨୬ରେ । ଫେବ୍ରୁଆରି ୧୧ ତାରିଖରେ ବସନ୍ତ ପଞ୍ଚମୀ ଛୁଟି ରହିଛି। ମାର୍ଚ୍ଚ ମାସରେ ପାଞ୍ଚଟି ଛୁଟି ରହିଛି । ମାର୍ଚ୍ଚ ୬ରେ ମହାଶିବରାତ୍ରୀ, ୧୦ରେ ଇଦ୍-ଉଲ୍-ଫିତର, ୨୨ରେ ର ଦୋଳ ପୂର୍ଣ୍ଣିମା, ୨୩ରେ ହୋଲି ଓ ୨୬ରେ ଗୁଡ଼ ଫ୍ରାଇଡେ । ସେହିପରି ଏପ୍ରିଲ୍ରେ ତିନିଟି ଛୁଟି-୧ରେ ଉତ୍କଳ ଦିବସ, ୧୪ରେ ଆମ୍ବେଦକର ଜୟନ୍ତୀ/ମହାବିଷୁବ ସଂକ୍ରାନ୍ତି ଓ ୧୫ରେ ଶ୍ରୀରାମ ନବମୀ ।
ମେ’ ୧୭ରେ ଇଦ୍-ଉଲ୍ -ଜୁହା ଏବଂ ୨୦ରେ ବୁଦ୍ଧ ଜୟନ୍ତୀ/ବୈଶାଖ ପୂର୍ଣ୍ଣିମା/ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ। ଜୁନ୍ ମାସରେ ୪ଟି ଛୁଟି ମିଳିବ- ୪ରେ ସାବିତ୍ରୀ ଅମାବାସ୍ୟା, ୧୪ରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ରେ ମହରମ୍ । ଜୁଲାଇ ୫ ତାରିଖରେ ରଥଯାତ୍ରା ଛୁଟି ରହିଛି । ଅଗଷ୍ଟ ୧୭ରେ ଝୁଲଣ ପୂର୍ଣ୍ଣିମା ଓ ୨୪ରେ ଜନ୍ମାଷ୍ଟମୀ ଛୁଟି । ସେପ୍ଟେମ୍ବରରେ ତିନିଟି ଛୁଟି- ୪ରେ ଗଣେଷ ପୂଜା, ୬ରେ ନୂଆଖାଇ(ପରଦିନ) ୩୦ରେ ମହାଳୟା।
ଅକ୍ଟୋବରରେ ସର୍ବାଧିକ ୬ ଦିନ ଛୁଟି ରହିଛି । ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ୬ରେ ମହାସପ୍ତମୀ, ୭ରେ ମହାଅଷ୍ଟମୀ, ୮ରେ ମହାନବମୀ, ୧୦ ରେ ଦଶମୀ, ୧୫ରେ କୁମାର ପୂର୍ଣ୍ଣିମା ଓ ୨୯ରେ ଦୀପାବଳୀ । ଡିସେମ୍ବର ୨୫ରେ ବଡ଼ଦିନ ଚତୁର୍ଥ ଶନିବାର ପଡ଼ୁଥିବାରୁ ଏହି ଦିନଗୁଡ଼ିକୁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇନାହିଁ। ଇଚ୍ଛାଧୀନ ଛୁଟି ଭାବେ ଘୋଷଣା ହେଉଥିବା ଆଉ ୫ଟି ଉତ୍ସବ ଚତୁର୍ଥ ଶନିବାର ଓ ରବିବାର ପଡ଼ୁଥିବାରୁ ତାହାକୁ ତାଲିକାଭୁକ୍ତ କରାଯାଇ ନାହିଁ।

