ନୂଆଦିଲ୍ଲୀ: ପୁଣିଥରେ ବିଜେପି ଗୁଜୁରାଟରେ କ୍ଷମତାକୁ ଫେରୁଛି । ଏନେଇ ଟାଇମସ୍ ନାଓ ନବଭାରତ ଟାଇମସ ର ଓପିନିୟନ ପୋଲରେ କୁହାଯାଇଛି । ରାଜ୍ୟରେ ନିର୍ବାଚନ ପୂର୍ବରୁ କରାଯାଇଥିବା ଓପିନିୟନ ପୋଲରେ ଟାଇମ୍ସ ନାଓ ନବଭାରତର ସର୍ଭେ ଅନୁଯାୟୀ, ରାଜ୍ୟରେ ବିଜେପି ବହୁମତ ହାସଲ କରୁଥିବା ତଥ୍ୟ ମିଳିଛି । ମୁଖ୍ୟ ବିରୋଧୀ ଥିବା କଂଗ୍ରେସ ଏଥର ମଧ୍ୟ ପଛରେ ରହିବ ଏବଂ ଆପ କଂଗ୍ରେସର ଭୋଟ କାଟୁଥିବା କୁହାଯାଇଛି ।
ଗୁଜୁରାଟରେ ବିଜେପି ୧୨୫ ରୁ ୧୩୧ ଟି ଆସନ ପାଇବ ବୋଲି ଟାଇମସ ନାଓ ନବଭାରତ ଟାଇମସ ଓପିନିୟନ ପୋଲରେ ଦର୍ଶାଇଛି । ସର୍ଭେରେ କୁହାଯାଇଛି ଏଥର କଂଗ୍ରେସ ଖାତାକୁ ୨୯ ରୁ ୩୩ ଟି ସିଟ୍ ଯିବ ବୋଲି କୁହାଯାଇଛି। ଲୋକଙ୍କଠାରୁ ନିଆଯାଇଥିବା ମତ ଅନୁଯାୟୀ, ଆମ୍ ଆଦମୀ ପାର୍ଟି ୧୮ ରୁ ୨୨ ଟି ଆସନ ପାଇବା କୁହାଯାଇଛି । ଏଥି ସହିତ ଗୁଜରାଟ ବିଧାନସଭାରେ ଅନ୍ୟମାନଙ୍କ ଖାତାକୁ ୨ ରୁ ୪ ଟି ସିଟ୍ ଯିବାର ସମ୍ଭାବନା ରହିଛି ।
#TNNETGOpinionPoll: गुजरात में किस पार्टी को कितनी सीटें?
बीजेपी- 125-131
कांग्रेस- 29-33
AAP- 18-22
OTHERS- 2-4@VidyaNathJha @anchor_barkha @ETG_Research #GujaratElections2022 #Gujarat pic.twitter.com/jDUIQ0xh13— Times Now Navbharat (@TNNavbharat) October 15, 2022
ସେହିପରି ହିମାଚଳ ପ୍ରଦେଶରେ ୩୮ ରୁ ୪୨ ଟି ଆସନ ପାଇବ ବିଜେପି । ହିମାଚଳରେ ଏଥର ମଧ୍ୟ ବିଜେପି ସରକାର ଗଠନ କରୁଥିବା କୁହାଯାଇଛି । ଏଠାରେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସକୁ ୨୫ ରୁ ୨୯ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ହିମାଚଳରେ ଆପ୍ ଗୋଟିଏ ଆସନରେ ବିଜୟୀ ହେବାର ସଂଭାବନା ରହିଛି । ଅନ୍ୟମାନଙ୍କୁ ଦୁଇଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।
#TNNETGOpinionPoll: हिमाचल प्रदेश में किसे कितना वोट प्रतिशत?
बीजेपी- 47%
कांग्रेस- 40%
AAP- 6%
OTHERS- 7%@VidyaNathJha @anchor_barkha @ETG_Research #HimachalPradeshElections2022 #HimachalPradesh pic.twitter.com/zqRHvbIGEn— Times Now Navbharat (@TNNavbharat) October 15, 2022
ମତାମତ ସର୍ଭେ ଅନୁଯାୟୀ ହିମାଚଳ ପ୍ରଦେଶର ଭୋଟ୍ ପ୍ରତିଶତ ଦୃଷ୍ଟିରୁ ବିଜେପି ଅନ୍ୟ ବିରୋଧୀ ଦଳ ବହୁତ ଆଗରେ ରହିଛି । ଭୋଟରମାନେ ମୋଦିଙ୍କ କାର୍ୟ୍ୟ ଉପରେ ସନ୍ତୁଷ୍ଟ ଥିବା କହିଛନ୍ତି । ମତାମତ ସର୍ଭେ ଅନୁଯାୟୀ ବିଜେପି ସର୍ବାଧିକ ୪୭ ପ୍ରତିଶତ ଭୋଟ୍ ପାଇବାର ସଂଭାବନା ରହିଛି। ତେବେ କଂଗ୍ରେସ ମଧ୍ୟ ୪୦ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି।
ଏଥି ସହିତ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆମ୍ ଆଦମୀ ପାର୍ଟିକୁ ଏକ ପ୍ରତିଶତରୁ କମ ଭୋଟ ମିଳିବ ବୋଲି ସର୍ଭେରେ ପ୍ରକାଶ ପାଇଛି ।
Comments are closed.