Latest Odisha News

ମୁଖ୍ୟମନ୍ତ୍ରୀଙ୍କ ୭୬ ତମ ଜନ୍ମଦିନ, ନବୀନ ନିବାସ ନଆସିବା ପାଇଁ କଲେ ଅନୁରୋଧ

ଭୁବନେଶ୍ବର: ଏବର୍ଷ ମଧ୍ୟ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପାଇଁ ମଧ୍ୟ ଗତବର୍ଷ ଜନ୍ମଦିନ ପାଳନ କରିନଥିଲେ ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ହାଇଦ୍ରାବାଦ ଯିବାର କାର୍ଯ୍ୟକ୍ରମ ରହିଛି । ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଛୁ ମାନଙ୍କୁ ଅନୁରୋଧ ଜଣାଇଛନ୍ତି । ଓଡ଼ିଶା ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୧୯୪୬ରେ ଜନ୍ମିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ୭୬ ତମ ଜନ୍ମଦିନ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ବିଜେଡି କର୍ମୀ ମାନେ ବେଶ ଧୂମଧାମରେ ପାଳନ କରୁଥିଲେ । ନବୀନ ନିବାସରେ ହଜାର ହଜାର ସମର୍ଥକଙ୍କ ଭିଡ ଜମୁଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଜନ୍ମଦିନ ପାଳନରୁ ଦୂରେଇ ରହୁଛନ୍ତି ନବୀନ । କେତେବେଳେ କିଛି କାରଣ ଦର୍ଶାଇବା ହେଉ କି କିଛି ଉଦ୍ଦେଶ୍ୟରେ ତ ପୁଣି କେବେ କରୋନା ମହାମାରୀ ପାଇଁ ଜନ୍ମଦିନ ପାଳୁନାହାନ୍ତି ନବୀନ । ଚଳିତବର୍ଷ ମଧ୍ୟ ହାଇଦ୍ରାବାଦରେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଯାଉଥିବାରୁ  ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ ।

Comments are closed.