Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସର୍ବସାଧାରଣଙ୍କୁ ଦୃଶ୍ୟମାନ ସୁଉଚ୍ଚ ପ୍ରାଚିରୀକୁ କୁହାଯାଏ ମେଘନାଦ ପ୍ରାଚୀରମାଦଳା ପାଞ୍ଜିରେ ଉଲ୍ଲେଖ ଅଛି। “ମତ୍ତଭାନୁ କପିଳେନ୍ଦ୍ର ଦେବ, ନିଜ ରାଜ୍ୱତ ର ୧୫ ଶ ଅଙ୍କରେ ଶ୍ରୀପୁରୁଷୋତମ ବାହାର ବେଢା ବନ୍ଧାଇ ଥିଲେ “। ଉପରୋକ୍ତ ଉକ୍ତିକୁ ଅନୁଧ୍ୟାନ କଲେ ଜଣାଯାଏ। ରାଜା କପିଳେନ୍ଦ୍ର ଦେବ (ଖ୍ରୀ ୧୪୩୫ -୧୪୬୭ )ପ୍ରାୟ ୧୪୫୨ ଖ୍ରୀଷ୍ଟାବ୍ଦରେ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା କବଚ ହିସାବରେ ନିର୍ମାଣ କରିଥିଲେ। ବାରମ୍ବାର ଯବନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ସୁଦୃଢ ଓ ବିରାଟ ପ୍ରାଚୀର ନିର୍ମିତ୍ତ ହୋଇଛି । ଯାହାର ଦୈର୍ଘ୍ୟ ୬୬୫ ଫୁଟ ଓ ପ୍ରସ୍ଥ ୬୦୪ ଫୁଟ, ଏହାର ମୋଟେଇ ସାଢେ ଛଅ ଫୁଟ, ଉଚ୍ଚତା ହାରାହାରି ୨୨ ଫୁଟ, କେତେକ ସ୍ଥାନରେ ୨୦ ରୁ ୨୪ ଫୁଟ ମଧ୍ୟ ଅଟେ। ଏଭଳି ସୁଉଚ୍ଚ ଓ ସୁଦୃଢ଼ ପ୍ରାଚୀର କେବଳ ଯବନ ଆକ୍ରମଣକୁ ପ୍ରତିହତ କରେନି, ଏହା ମଧ୍ୟ ସମୁଦ୍ରର ଘୁ ଘୁ ଗର୍ଜନ କୁ ମନ୍ଦିର ମଧ୍ୟକୁ ଆସିବାକୁ ଦିଏନି। ଲୋକକଥା ଅନୁସାରେ ଶ୍ରୀଜଗନ୍ନାଥ ଓ ମା ଲଷ୍ମୀ ଙ୍କ ମିଳନରେ ଏହି ଶବ୍ଦ ବାଧା ସୃଷ୍ଟି କରିବାରୁ ମାଲଷ୍ମୀ ସ୍ୱୟଂ ଆଦେଶ ଦେଇ ଏହି ପ୍ରାଚୀର ନିର୍ମାଣ କରାଇଥିଲେ। ସେ ଯାହାହେଉ ମୂଳ ମନ୍ଦିରରେ ଏହି ପ୍ରାଚୀର ଯୋଡ଼ା ଯିବାପରେ ଶ୍ରୀମନ୍ଦିରରେ ବାହାର ବେଢା ଓ ଭିତର ବେଢା ର ସୃଷ୍ଟି ହେଲା। ଏହି ବାହାର ବେଢା ଦେଇ ମନ୍ଦିର ଭିତରକୁ ଯିବା ପାଇଁ ଚାରି ଦିଗରେ ଚାରିଗୋଟି ଦ୍ୱାର ନିର୍ମିତ୍ତ ହୋଇଛି, ଯଥା :- ୧ . ସିଂହ ଦ୍ୱାର (ଧର୍ମ ଦ୍ୱାର )୨ . ଅଶ୍ୱ ଦ୍ୱାର (ଅର୍ଥ ଦ୍ୱାର ) ୩ . ବ୍ୟାଘ୍ର ଦ୍ୱାର (କାମ ଦ୍ୱାର )ଓ ୪ . ହସ୍ତୀ ଦ୍ୱାର (ମୋକ୍ଷ ଦ୍ୱାର )। ଆଗାମୀ ଅଧ୍ୟାୟରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିବା ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

“ଉଦ୍ଧବ ଏକ ମନେ ଶୁଣ
ଯେ ଯୋଗ ତ୍ରୟ ଲୋକତ୍ରାଣ ।
ଜ୍ଞାନ କରମ ଭକ୍ତି ଘେନି
ଏମନ୍ତ ଯୋଗ ମାର୍ଗ ତିନି ।
ଏ ତିନି ପଥୁ ଅନ୍ୟ ପଥେ
ଉପାୟ ନଦେଖି ଜଗତେ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.