Latest Odisha News

ଦିଲ୍ଲୀରେ ୨୦୦୦ କିଲୋରୁ ଅଧିକ ବାଣ ଜବତ, ୬ ଗିରଫ

ନୂଆଦିଲ୍ଲୀ: ଆସୁଛି ଦୀପାବଳି, ଆରମ୍ଭ ହେଲାଣି ବେଆଇନ ବାଣ କାରବାର। ମଙ୍ଗଳବାର ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଛି। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି।

ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି। ଦିଲ୍ଲୀ ପୋଲିସ ଦ୍ୱାରା ଦ୍ୱାରକା, ଉତ୍ତର ଦିଲ୍ଲୀ ଏଭଂ ଦକ୍ଷିଣ ଦିଲ୍ଲୀରେ ଅପରେସ କରାଯାଇଥିଲା। ଦ୍ୱାରକାର ଡେପୁଟି କମିଶନର ପୋଲିସ ଏମ. ହର୍ଷ ବର୍ଦ୍ଧନଙ୍କ ସୂଚନା ଅନୁଯାୟୀ ଦ୍ୱାରକାର ଉତ୍ତମ ନଗର ଏବଂ ରୱତା ମୋର ଅଞ୍ଚଳରେ ବେଆଇନ ବାଣ ବିକ୍ରି କରାଯାଉଥିଲା। ଏଠାରେ ପୋଲିସ ଚଢଉ କରି ୨୪ କିଲୋ ବାଣ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।

ସେହିପରି ଦକ୍ଷିଣ ଦିଲ୍ଲୀ ଆମ୍ବେଦକର ନଗରରୁ ୧୧୯୩ କିଲୋ ବାଣ ଜବତ କରାଯିବା ସହ ଜଣେ ଗିରଫ ହୋଇଛି। ଉତ୍ତର ଦିଲ୍ଲୀରୁ ୬୧୧ କିଲୋ ବାଣ ଜବତ କରାଯିବା ସହ ଏଠାରୁ ମଧ୍ୟ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏହି ମାମଲାରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି। ଦୀପାବଳି ଅବସରରେ ସାରା ଦେଶରେ ବର୍ତ୍ତମାନ ବେଆଇନ ବାଣ କାରବାର ଆରମ୍ଭ ହେଉଥିବାରୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନଜର ରଖାଯାଉଛି।

Comments are closed.