ବ୍ରହ୍ମପୁର:ଗଞ୍ଜାମ ଜିଲାର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ଚଢ଼ଉ ବେଳେ ବିଭିନ୍ନ ସାହିରୁ ୪୫ ଲକ୍ଷ ଟଙ୍କାର ଆତସବାଜି, ଗୋଟିଏ ପିକଅପ ଭ୍ୟାନ ଓ ଆତସବାଜି ପ୍ରସ୍ତୁତ କଞ୍ଚାମାଲ ଜବତ କରାଯାଇଛି। କଟକ ଜିଲା ତିଗିରିଆ ଅଞ୍ଚଳର ହୃଦାନନ୍ଦ ନାୟକଙ୍କୁ ଗିରଫ କରାଯାଇଛି। ଅନ୍ୟ ୧୦ଜଣ ଫେରାର ହୋଇଯାଇଛନ୍ତି। ମାଜିଷ୍ଟ୍ରେଟ୍ ଭାବେ ଆସିକା ତହସିଲଦାର ସଞ୍ଜୟ ସାମନ୍ତରା, ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତକୁମାର ସାହୁ ପ୍ରମୁଖ ଚଢ଼ଉ କରିଥିଲେ।
ଏହି ଗ୍ରାମକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବେପାରୀମାନେ ନଳବଣ୍ଟା ଆସି ବାଣ କିଣିଥାନ୍ତି। ଶୁଖିଲା ତାଳପତ୍ର, ବାଉଁଶ କାଠି, ସୂତା, କାଗଜ, ଖାର, ଗନ୍ଧକ, ଗନପାଉଡର, ମଣିଶିଳା ଆଇରନ, ସିଲଭର ଆଦି କଞ୍ଚାମାଲ ବସ୍ତା ବସ୍ତା ଗଁାରେ ପ୍ରତି ଘରେ ମହଯୁଦ ରହୁଛି। ବିସ୍ଫୋରକ ସାମଗ୍ରୀ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଚୋରାରେ ଆସୁଛି। ଗ୍ରାମର ଶତାଧିକ ଲୋକ ବାଣ ପ୍ରସ୍ତୁତ କରୁଛନ୍ତି। ଗଁାର ନର୍ମଦେଶ୍ୱର ମନ୍ଦିର ନିକଟ ଋଷିକୁଲ୍ୟା ନଦୀପଠା ରାସ୍ତା, ଠାକୁରାଣୀ ଧୋବା ସାହି, ନଳବଣ୍ଟା ମୁଖ୍ୟ ସଡ଼କ, ପାଟଣା ସାହି ଆଦି ଅଞ୍ଚଳରେ ଅହରହ ଆତସବାଜି ପ୍ରସ୍ତୁତି ପ୍ରକ୍ରିୟା ଚାଲିଥାଏ। ପୂର୍ବରୁ ବିଭିନ୍ନ ସମୟରେ ବିସ୍ଫୋରଣ ଘଟି ଗଁାର ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଆସିକା ଥାନାରେ ମାଳ ମାଳ ମାମଲା ରୁଜୁ ହୋଇଛି। ତଥାପି ଗଁାବାସୀ ଆତସବାଜି ପ୍ରସ୍ତୁତିକୁ ବେଉଷା ଭାବେ ଗ୍ରହଣ କରି ନେଇଛନ୍ତି।
BREAKING NEWS
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
- ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ
- କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନୂଆ ରୂପ ପାଇବ ନଦୀକୂଳ: ମୁଖ୍ୟମନ୍ତ୍ରୀ
- ପଲାଶଙ୍କ ବିରୋଧରେ ୪୦ ଲକ୍ଷର ଠକେଇ ଅଭିଯୋଗ
- ରଣଜୀ ଟ୍ରଫି: ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ
Comments are closed.