ବ୍ରହ୍ମପୁର:ଗଞ୍ଜାମ ଜିଲାର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ଚଢ଼ଉ ବେଳେ ବିଭିନ୍ନ ସାହିରୁ ୪୫ ଲକ୍ଷ ଟଙ୍କାର ଆତସବାଜି, ଗୋଟିଏ ପିକଅପ ଭ୍ୟାନ ଓ ଆତସବାଜି ପ୍ରସ୍ତୁତ କଞ୍ଚାମାଲ ଜବତ କରାଯାଇଛି। କଟକ ଜିଲା ତିଗିରିଆ ଅଞ୍ଚଳର ହୃଦାନନ୍ଦ ନାୟକଙ୍କୁ ଗିରଫ କରାଯାଇଛି। ଅନ୍ୟ ୧୦ଜଣ ଫେରାର ହୋଇଯାଇଛନ୍ତି। ମାଜିଷ୍ଟ୍ରେଟ୍ ଭାବେ ଆସିକା ତହସିଲଦାର ସଞ୍ଜୟ ସାମନ୍ତରା, ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତକୁମାର ସାହୁ ପ୍ରମୁଖ ଚଢ଼ଉ କରିଥିଲେ।
ଏହି ଗ୍ରାମକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବେପାରୀମାନେ ନଳବଣ୍ଟା ଆସି ବାଣ କିଣିଥାନ୍ତି। ଶୁଖିଲା ତାଳପତ୍ର, ବାଉଁଶ କାଠି, ସୂତା, କାଗଜ, ଖାର, ଗନ୍ଧକ, ଗନପାଉଡର, ମଣିଶିଳା ଆଇରନ, ସିଲଭର ଆଦି କଞ୍ଚାମାଲ ବସ୍ତା ବସ୍ତା ଗଁାରେ ପ୍ରତି ଘରେ ମହଯୁଦ ରହୁଛି। ବିସ୍ଫୋରକ ସାମଗ୍ରୀ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଚୋରାରେ ଆସୁଛି। ଗ୍ରାମର ଶତାଧିକ ଲୋକ ବାଣ ପ୍ରସ୍ତୁତ କରୁଛନ୍ତି। ଗଁାର ନର୍ମଦେଶ୍ୱର ମନ୍ଦିର ନିକଟ ଋଷିକୁଲ୍ୟା ନଦୀପଠା ରାସ୍ତା, ଠାକୁରାଣୀ ଧୋବା ସାହି, ନଳବଣ୍ଟା ମୁଖ୍ୟ ସଡ଼କ, ପାଟଣା ସାହି ଆଦି ଅଞ୍ଚଳରେ ଅହରହ ଆତସବାଜି ପ୍ରସ୍ତୁତି ପ୍ରକ୍ରିୟା ଚାଲିଥାଏ। ପୂର୍ବରୁ ବିଭିନ୍ନ ସମୟରେ ବିସ୍ଫୋରଣ ଘଟି ଗଁାର ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଆସିକା ଥାନାରେ ମାଳ ମାଳ ମାମଲା ରୁଜୁ ହୋଇଛି। ତଥାପି ଗଁାବାସୀ ଆତସବାଜି ପ୍ରସ୍ତୁତିକୁ ବେଉଷା ଭାବେ ଗ୍ରହଣ କରି ନେଇଛନ୍ତି।
BREAKING NEWS
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ

Comments are closed.