Latest Odisha News

BREAKING NEWS

ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ:  ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା । ଆଣ୍ଡ୍ରଏଡ ଫୋନ ମାଧ୍ୟମରେ ବେଆଇନ ଭାବେ ଅନେକ ଅନୁଚିତ କାର୍ଯ୍ୟ ଚାଲୁ ରଖିଥିବାରୁ ସିସିଆଇ ଏଭଳି ଜରିମାନା ଲଗାଇଛି । ଇଣ୍ଟରନେଟ ମାଧ୍ୟମରେ ଅନୁଚିତ କାର୍ଯ୍ୟର ଗତିବିଧି ଉପରେ ମଧ୍ୟ ସିସିଆଇ ( କମ୍ପିଟିସନ କମିସନ ଅଫ ଇଣ୍ଡିଆ) ଗୁଗୁଲ ଉପରେ ରୋକ ଲଗାଇଛି ।

2019 ମସିହାରୁ ଗୁଗୁଲ ଇଣ୍ଟରନେଟ ସହାୟତାରେ ଉପଭୋକ୍ତାଙ୍କ ଡାଟା ଉପରେ ଅନୁଚିତ ଗତିବିଧି ରଖୁଥିଲା ଯାହାର ତଦନ୍ତ ନିର୍ଦେଶ ଦିଆଯାଇଥିଲା । ଏବେ ପ୍ରମାଣ ହସ୍ତଗତ ହୋଇଥିବାରୁ ଏଭଳି ଜୋରିମାନା ଲଗାଯାଇଛି । ଏହା ସହ ନିର୍ଧାରିତ ସମୟ ସୀମା ମଧ୍ୟରେ ନିଜର କାମକୁ ଠିକ୍ କରିନେବାକୁ ଗୁଗୁଲକୁ ନିର୍ଦେଶ ଦିଆଯାଇଛି ।  ଗୁଗୁଲ ପ୍ଲେ ଷ୍ଟୋର, ଗୁଗୁଲ ସର୍ଚ, ଗୁଗୁଲ କ୍ରୋମୋ, ୟୁ ଟ୍ୟୁବ୍ ସହାୟତାରେ ଗୁଗୁଲ ଉପଭାେକ୍ତାଙ୍କ ତଥ୍ୟ ଚୋରି କରି ବେନିୟମ ଗତିବିଧି ନଜର ରଖୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ନିୟମ ଭଂଗ କରିଥିବାରୁ ଗୁଗୁଲଙ୍କୁ ଏହି ଫାଇନ ଲଗାଯାଇଛି ଏବଂ 30 ଦିନ ଭିତରେ ଏହା ଉପରେ ଜବାବ ରଖିବାକୁ କୁହାଯାଇଛି ।

Comments are closed.