ଭୁବନେଶ୍ୱର: ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି ହୋଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ହୋଇପାରିବେ । ପାଣି ପଞ୍ଚାୟତର ଅବଧି ୩ବର୍ଷରୁ ୫ବର୍ଷକୁ ବୃଦ୍ଧି କରାଯାଇଛି । ଏହା ସହ ଓଏଏସ ଗ୍ରୁପ୍-ଏ ଜୁନିଅର ବ୍ରାଞ୍ଚରେ ୧୨୫ଟି ନୂତନ ପୋଷ୍ଟକୁ ଅନୁମୋଦନ ମିଳିଛି ।
State Cabinet Committee meeting held under the Chairmanship of Hon'ble CM Sri Naveen Patnaik today took 6 imp decisions pertaining to @farddept, Law, @rdmodisha, @OdishaWater and @PWD_Odisha.
Click the link to watch: https://t.co/sGLiga1779 pic.twitter.com/0coK3ILvhn
— I & PR Department, Odisha (@IPR_Odisha) October 21, 2022
ସେହିପରି ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଆଗକୁ ସାକ୍ଷାତକାର ହଟାଇ କେବଳ ଲିଖିତ ପରୀକ୍ଷା ଓପିଏସସି ମାଧ୍ୟମରେ କରାଯିବ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ କେବଳ ଲିଖିତ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି ।
The Cabinet approved amendment of Odisha veterinary services recruitment rules, Enhancement of posts in OAS cadre at Group-A jr branch level and Return of unutilized land of around 206 acers acquired by IDCO in village Kalipalli of Ganjam district to the original land owners. pic.twitter.com/T7PwQirZbO
— I & PR Department, Odisha (@IPR_Odisha) October 21, 2022
ଅନ୍ୟପଟେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ଏହି ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।
Comments are closed.