Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୦୯-୦୭-୨୦୧୯ ମଙ୍ଗଳବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୯ରିଖ ମଙ୍ଗଳବାର ମିଥୁନ ୨୫ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର:-ମକର ରାଶିର
ଘାତ ଚନ୍ଦ୍ର :-ବୃଷ ରାଶି ପୁରୁଷ ଧନୁ ରାଶି ମହିଳାଙ୍କର
ଆଜି: ନଡିଆ ଖାଇବା ନିଷେଧ

ମେଷ
ଦେହ ମନ ସୁସ୍ଥ ରହିବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ ।ଧନ,ମାନ ସମ୍ମାନର ଅଧିକାରୀ ହେବେ ।ରାଜନୀତି କ୍ଷେତ୍ରରେ ଜନ ସମାଜରେ ପ୍ରଶଂସନୀୟ ହେବେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ।

ବୃଷ
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।ଶତୃମାନେ ପରାଜୟ ହେବେ ।ମହିଳାମାନେ ନିଜ ପରିବାରରେ ଆଦରଣିୟ ହେବେ ।ଶରୀର ସୁସ୍ଥ ରହିବ ।

ମିଥୁନ
ଯଗିରଖି ଚଳନ୍ତୁ ସାମାନ୍ୟ କଥାକୁ କେନ୍ଦ୍ର କରି ମିତ୍ରମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ନିର୍ମାଣଧୀନ କାର‌୍ୟ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ ।ଶାରୀରିକ ପୀଡା ଦେଖା ଦେଇପାରେ ।

କର୍କଟ
ସନ୍ତାନ ସନ୍ତତିମାନଙ୍କ କାର‌୍ୟ୍ୟରେ ଆନନ୍ଦିତ ହେବେ ।ବିଚାରଧୀନ ମାଲିମକଦମାରେ ବିଜୟୀ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ । ଅର୍ଥାଗମ ହେବ । ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ ।

ସିଂହ
ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି ।କ୍ରମକ୍ଷେତ୍ରରେ ନୂତନ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

କନ୍ୟା
ପ୍ରତେକଟି କାର‌୍ୟ୍ୟରେ ସିଦ୍ଧି ଲାଭ କରିବେ ।ଶତୃମାନେ ପରାଜିତ ହେବେ ।ଯଶ ଗୌରବ ବୃଦ୍ଧି ପାଇବ ।ଛାତ୍ରଛାତ୍ରୀମାନେ ବିଦ୍ୟାରେ କ୍ଷେତ୍ରରେ ସଫଳତା ପାଇବେ ।

ତୁଳା
ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ ତେଣୁ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ ।ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ ।ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।

ବିଛା
ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । କଳା ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ସଫଳତା ମିଳିବ ।ପରିବହନ ଜାତୀୟ ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେବେ ।

ଧନୁ
ଉତ୍ତମ ବ୍ୟବହାର ଓ ମଧୁର ବଚନ କହି ସମସ୍ତଙ୍କ ପ୍ରିୟ ପାତ୍ର ହେବେ । ମହିଳାମାନେ ଯଗିରଖି ଚଳନ୍ତୁ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି ।କୌଣସି ନୂତନ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।

ମକର
ପୁରାତନ ବନ୍ଧୁକ ସହିତ ସାକ୍ଷାତ ହେବ ଯାହାଫଳରେ ମନ ଖୁସି ରହିବ ।ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିବେ ।

କୁମ୍ଭ
ଅର୍ଥ ହାନୀ କାର‌୍ୟ୍ୟରେ ବ୍ୟାଘାତ ମନକୁ ଭାରାକ୍ରାନ୍ତ କରାଇବ ।ଯାନବାହନ ଚାଳନାର ସର୍ତକତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ମହିଳାମାନେ ବିନା ଦୋଷରେ ଦୋଷି ସାବ୍ୟସ୍ତ ହେବେ ତେଣୁ ଜଗିରଖି ଚଳନ୍ତୁ ।

ମୀନ
ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ ।ଅନେକ ଦିନରୁ ଅଟକି ରହିଥିବା କାର‌୍ୟ୍ୟକୁ ସମ୍ପୁର୍ଣ୍ଣ କରିବେ ।ଜମିଜମା ଜାତୀୟ ବ୍ୟବସାୟରେ ଲାଭବାନ ହେବେ ।ଶତୃମାନେ ପରାଜିତ ହେବେ ।

Leave A Reply

Your email address will not be published.