ବ୍ରହ୍ମପୁର: ଆସନ୍ନ ବାତ୍ୟାକୁ ନେଇ ଗୋପାଳପୁର ସମୁଦ୍ରରେ ଉଚ୍ଚ ଜୁଆର ସହ ଅଶାନ୍ତ ରହିବାର ଆଶଙ୍କା ରହୁଛି। ଏଣୁ ଏହାକୁ ନଜରରେ ରଖି ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗୋପାଳପୁର ପୋଲିସ ରବିବାର ସନ୍ଧ୍ୟା ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରବେଶକୁ ବାରଣ କରାଯାଇଛି। ବେଳାଭୂମି ବନ୍ଦ ରହିବ। ରବିବାର ଆଖପାଖ ଲୋକଙ୍କ ସମେତ ବାହାର ପର୍ଯ୍ୟଟକଙ୍କ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବେଳାଭୂମିରେ ଥିବା ଖାଦ୍ୟ ଷ୍ଟଲ୍ଗୁଡ଼ିକରେ ମଧ୍ୟ ଭିଡ଼ ଲାଗି ରହିଥିଲା। ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ବେଳାଭୂମିରେ ପହଞ୍ଚି ଦୋକାନ ବନ୍ଦ କରିଥିଲେ। ପର୍ଯ୍ୟଟକଙ୍କୁ ଘଉଡ଼ାଇଥିଲେ। କେତେକ ବ୍ୟବସାୟୀ ଅଚାନକ ଏହି ପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧ ପ୍ଲାଟୁନ ପୋଲିସ ଫୋର୍ସ ବେଳାଭୂମିରେ ମୁତୟନ ରହିବେ ବୋଲି ଥାନା ଅଧିକାରୀ ଖମାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
BREAKING NEWS
- Airport issues advisory: ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି; ଆଗୁଆ ପହଞ୍ଚିବା ସହ…
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
Comments are closed.