ବ୍ରହ୍ମପୁର: ଦୀପାବଳି ପାଳନ ଭିତରେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ ଘଟି ଯାଇଛି ଏକ ବଡ଼ ଅଘଟଣ। ପୁଅର ଛୁରା ମାଡ଼ରେ ବାପାଙ୍କ ଜୀବନ ଚାଲିଯାଇଛି। ଘଟଣା ପରେ ପୁଅ ଚମ୍ପଟ ମାରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ବେଳେ ପଢ଼ାଳ ଗ୍ରାମର ଦେବରାଜ ନାହାକ(୬୪ )ଓ ତାଙ୍କ ପୁଅ ଅରୁଣ ନାହାକ(୩୩)ଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଝଗଡ଼ା ଲାଗି ରହିଥିଲା। ଉତ୍କ୍ଷୀପ୍ତ ହୋଇ ପୁଅ ଅରୁଣ ଏକ ଛୁରିରେ ବାପା ଦେବରାଜଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦେବରାଜ ଛଟପଟ ହେଉଥିବା ବେଳେ ଅରୁଣ ଫେରାର୍ ହୋଇଯାଇଥିଲେ। ଦେବରାଜଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଆସିକା ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମଙ୍ଗଳବାର ଦେବରାଜଙ୍କ ଶବର ପଞ୍ଚନାମା କରାଯିବା ସହିତ ଘଟଣାସ୍ଥଳକୁ ଫରେନ୍ସିକ୍ ଟିମ୍ ଯାଇ ତଦନ୍ତ କରୁଥିବା ଆସିକା ଆଇଆଇସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅରୁଣଙ୍କ ଗିରଫ ପାଇଁ ଉଦ୍ୟମ ଚାଲିଥିବା ସେ ପ୍ରକାଶ କରିଛନ୍ତି।
BREAKING NEWS
- ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ
- ଇଲେକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ୨ ଅଗ୍ନିଶମ କର୍ମଚାରୀ ମୃତ, ୩ ଆହତ
- ଲଘୁ ଖଣିଜ କ୍ୱାରି ପରମିଟ୍ରେ ମନମାନିକୁ ବ୍ରେକ୍: ବେସରକାରୀ ପ୍ରକଳ୍ପକୁ ଅନୁମତି ମନା
- ପୋକ୍ସୋ ମାମଲା ତଦନ୍ତରେ ଗୁରୁତର ଅବହେଳା: ରାଇରଙ୍ଗପୁର ଅତିରିକ୍ତ ଏସ୍ପିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିସ
- ବିଏମସିର କଡ଼ା ଆଭିମୁଖ୍ୟ: ଆବାସିକ ଘରେ ଚାଲିଛି ବେଆଇନ ବ୍ୟବସାୟ, ୧୩୮୦ ଘର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍
- ବିଜେପିକୁ ମାତ୍ ଦେଇଥିବା ପ୍ରଶାନ୍ତ କିଶୋର କେତେ ସମ୍ପତିର ମାଲିକ…
- କମୁଛି ଜଳସ୍ତର; ହୀରାକୁଦରେ ୧୩ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
- ଆଜି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ରେନରେ ଯାତ୍ରା…
- ଟ୍ରମ୍ପ, ପୁଟିନ ଓ ଏମାନେ… ବିଶ୍ୱର ୧୦ ସବୁଠୁ ବଡ ଧନୀ ଶାସକ
- ଦିଲ୍ଲୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ
Comments are closed.