Latest Odisha News

BREAKING NEWS

ସୂନକଙ୍କୁ ଅଭିନନ୍ଦନ ଜଣାଇଲେ ନାହିଁ ପୁଟିନ କହିଲେ ବ୍ରିଟେନକୁ ବନ୍ଧୁ ମାନେନାହିଁ ଋଷ

ମସ୍କୋ: ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ରାଗ ଶାନ୍ତ ପଡିନି । ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ବ୍ରିଟେନ ଆମର ବନ୍ଧୁ ରାଷ୍ଟ୍ର ନୁହଁ ।  ବିଶ୍ବର ଅନେକ ଦେଶର ମୁଖ୍ୟମାନେ ସୁନକଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ପୁଟିନ ଅଭିନନ୍ଦନ ଜଣାଇବେ କି ନାହିଁ ତାହାକୁ ସମସ୍ତେ ଅପେକ୍ଷା କରିଥିଲେ । ତେବେ ପୁଟିନ ଏହାର ଉତ୍ତର ଦେଇଛନ୍ତି । ସୁନକ ପ୍ରଧାନମନ୍ତ୍ରୀ ହେବାର ଦିନକ ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଯୁଦ୍ଧ ନେଇ ଆଲୋଚନା କରିଥିଲେ । ଏହାକୁ ନେଇ ଋଷ ଏପରି ବ୍ୟବହାର ଦେଖାଇଥିବା ଚର୍ଚା ହେଉଛି ।

ସିଧା ସିଧା ପୁଟିନ ଅଭିନନ୍ଦନ ଜଣାଇବାକୁ ମନା କରିଛନ୍ତି ।  ରାଷ୍ଟ୍ରପତି ପୁଟିନ୍‌ ଶୁଭେଚ୍ଛା ଜଣାଇବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଦେଇଛନ୍ତି । କ୍ରେମଲିନ୍‌ ପକ୍ଷରୁ ଏ ନେଇ ଏକ ବୟାନ ଜାରି କରି କୁହାଯାଇଛି ଯେ ବ୍ରିଟେନକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବନ୍ଧୁ ଦେଶ ବୋଲି ଭାବୁନାହାନ୍ତି । ତେଣୁ ନୂତନ ପ୍ରଧାନମନ୍ତ୍ରୀ ହୋଇଥିବା ଋଷି ସୁନକଙ୍କୁ ଅଭିନନ୍ଦନ ଜଣାଇ ନାହିଁ ଋଷ ।  ଋଷ-ୟୁକ୍ରେନ ଯୁଦ୍ଧ ପରେ ବ୍ରିଟେନ ସହ କୂଟନୀତି ସଂପର୍କ ଖରାପ ହୋଇଛି । ତେଣୁ

 ବ୍ରିଟେନ୍‌ ଠାରୁ ଭଲ ସମ୍ପର୍କର ଆଶା ଋଷ ରଖିନଥିବା କହିଛି ।  ଏପରିକି ଆଗାମୀ ଦିନରେ ମଧ୍ୟ ବ୍ରିଟେନ ଋଷ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହିଁବ ନାହିଁ ବୋଲି ସିଧା ସିଧା କହିଛି ।

ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଋଷ-ୟୁକ୍ରେନ ଯୁଦ୍ଧ ନେଇ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍‌ ଙ୍କ ସହ ଆଲୋଚନା କରିଥିଲେ ।  ଉଭୟ ସୁନକ ଏବଂ ବାଇଡେନ ୟୁକ୍ରେନକୁ ସମର୍ଥନ ଜଣାଇବା ସହିତ ୟୁକ୍ରେନକୁ ସବୁ ପ୍ରକାର ସହଯୋଗ ପାଇଁ ଏକମତ ହୋଇଥିଲେ । ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ହିଁ ବ୍ରିଟେନର ଅର୍ଥନୀତି ତଳମୁହାଁ ହୋଇଛି ବୋଲି ସିଧା କହିଥିଲେ ସୁନକ । 

 

 

Comments are closed.