Latest Odisha News

ନୋଟରେ ଗଣେଶ ଏବଂ ଲକ୍ଷ୍ମୀ ରୁହନ୍ତୁ କେଜ୍ରିଓ୍ବାଲ କହିବା ପରେ ଆହ୍ଲା ଓ ଯୀଶୁଙ୍କୁ ରଖିବାକୁ ପରାମର୍ଶ

ନୂଆଦିଲ୍ଲୀ: ନୋଟରେ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ରହିଲେ ଯଦି ଦେଶର ଅର୍ଥନୀତିରେ ସମୃଦ୍ଧି ହେବ ତାହେଲେ ଆହ୍ଲା, ଯୀଶୁ ଏବଂ ବୁଦ୍ଧଙ୍କ ଫଟୋ ନୋଟରେ ରଖିବା ଉଚିତ ହେବ। ଏହା ଦ୍ୱାରା ଆହୁରି ଅଧିକ ସମୃଦ୍ଧି ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପ୍ରତିକ୍ରିୟା ଉପରେ ଏପରି କିଛି ଟ୍ବିଟ୍ କରି କହିଛନ୍ତି କଂଗ୍ରେସ ନେତା ସଲମାନ ଆନିଜ ସୋଜ୍ (Salman Anees Soz)।

BjdElectrycity

ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଏବଂ ଆମ୍ ଆଦମୀ ପାର୍ଟି ମୁହାମୁହିଁ ହେବାକୁ ଯାଉଥିବା ବେଳେ ଅରବିନ୍ଦ କେଜ୍ରିଓ୍ୱାଲ ଏପରି ମନ୍ତବ୍ୟ ରଖି ବିଜେପିର ହିନ୍ଦୁତ୍ବ ଭୋଟ୍ ବ୍ୟାଙ୍କ ଉପରେ କେଜ୍ରିଓ୍ୱାଲ ନଜର ପକାଇଛନ୍ତି ବୋଲି କୁହାଯାଉଛି।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କହିଛନ୍ତି, ନୋଟ୍ ଉପରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାନ୍ତୁ। ନୋଟ୍ ଉପରେ ଦେବତାମାନେ ରହିଲେ ସାରା ଦେଶକୁ ସେମାନଙ୍କ ଆର୍ଶୀବାଦ ମିଳିବ। ଲକ୍ଷ୍ମୀ ହେଉଛନ୍ତି ସମୃଦ୍ଧିର ଦେବୀ ଏବଂ ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନ ନାଷକ ଅର୍ଥାତ୍ ଆସୁଥିବା ସମସ୍ତ ବାଧା ବିଘ୍ନଙ୍କୁ ଦୂରେଇ ରଖିବେ।

ଅରବିନ୍ଦ କେଜ୍ରିଓ୍ୱାଲ ନିଜକୁ ଜଣେ ଧର୍ମନିରେପକ୍ଷ ନେତା ବୋଲି କୁହନ୍ତି। ତେଣୁ ସିଏଏ ବେଳେ ସେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସେହିପରି ମୋଦୀ ସରକାର ସମୟରେ ଦେଶର ଅଳ୍ପ ସଂଖ୍ୟକଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି ବିଭିନ୍ନ ସମୟରେ ମତ ରଖିଛନ୍ତି। ସେହିପରି ରାମ ମନ୍ଦିର ତିଆରି କରିବା ପ୍ରତିବଦଳରେ ସେଠାରେ ହସ୍ପିଟାଲ ତିଆରି ହେବା ଦରକାର ବୋଲି କହୁଥିବା ନେତା ହଠାତ୍ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ପ୍ରତିବଦଳରେ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ରଖାଯାଉ ବୋଲି କହିବା ରାଜନୀତିର ସମୀକରଣ ବଦଳାଇବାକୁ କେଜ୍ରିଓ୍ୱାଲ ପ୍ରୟାସ କରୁଛନ୍ତି ବୋଲି କୁହାଯାଉଛି।

ତାଙ୍କର ଏହି ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି। କେଜ୍ରିଓ୍ୱାଲ ନିଜ ଦଳର ‘ହିନ୍ଦୁ ବିରୋଧୀ’ ମାନସିକତାରୁ ଦୃଷ୍ଟି ହଟାଇବା ପାଇଁ ‘ହିନ୍ଦୁ’ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ଦାବି କରିଛନ୍ତି।

Leave A Reply

Your email address will not be published.