Latest Odisha News

ଫେସବୁକରେ ପୁଲଓ୍ୱାମା ବିସ୍ଫୋରଣ ଘଟଣାର ସେଲିବ୍ରେସନ ମହଙ୍ଗା, ଛାତ୍ରଙ୍କୁ ୫ ବର୍ଷ ଜେଲ୍

ବେଙ୍ଗାଲୁରୁ : ପୁଲଓ୍ୱାମା ଆତ୍ମଘାତୀ ବିସ୍ଫୋରଣ ମାମଲାକୁ ନେଇ ସେଲିବ୍ରେସନ କରିବା ମହଙ୍ଗା ପଡିଲା । ଏଥିପାଇଁ ବେଙ୍ଗାଲୁରୁର ଜଣେ ଛାତ୍ରଙ୍କୁ ମିଳିଛି ୫ ବର୍ଷ ଜେଲ୍ ଦଣ୍ଡ ଓ ୨୫ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ହେଲେ ତାଙ୍କୁ ଆଉ ୬ ମାସ ଅଧିକ ଦଣ୍ଡାଦେଶ ଶୁଣାଇଛନ୍ତି ଏନ୍ଆଇଏର ସ୍ୱତନ୍ତ୍ର କୋର୍ଟ  । ୨୩ ବର୍ଷୀୟ ଫୈଜ ରସିଦ୍ ଜଣେ ଇଞ୍ଜିନିୟରିଂ ଛାତ୍ର  । ସେ ଫେସବୁକରେ ବିସ୍ଫୋରଣ ଘଟଣାକୁ ନେଇ ଖୁସି ମନାଉଥିବାର ଫଟୋ ଅପଲୋଡ୍ କରିଥିଲେ ।

୨୦୧୯ ଫେବୃଆରୀ ୧୪ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ପୁଲଓ୍ୱାମାର ଲେଥାପୋରାଠାରେ ଏକ ସିଆରପିଏଫ୍ ବସକୁ ଆତ୍ମଘାତୀ ବିସ୍ଫୋରଣ କରି ଧ୍ୱଂସ କରିଥିଲେ । ଫଳରେ ବସରେ ଥିବା ୪୦ ଜଣ ଯବାନ ପ୍ରାଣ ହରାଇଥିଲେ । ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା ।

ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ ତୃତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ହୋଇ ମଧ୍ୟ ରସିଦ୍ ଦେଶ ପାଇଁ ବଳିଦାନ ଦେଉଥିବା ଯବାନଙ୍କ ମୃତ୍ୟୁରେ ଶୋକପାଳନ କରିନଥିଲେ । ଭାରତୀୟ ନହେବା ପରି ସେ ଆଚରଣ କରିଥିବା କହିଛନ୍ତି ଏନ୍ଆଇଏର ସ୍ୱତନ୍ତ୍ର କୋର୍ଟ ।

Comments are closed.