Latest Odisha News

BREAKING NEWS

ବାଙ୍କଚୂଡ଼ା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ  

ପୁରୀ : ଆଜି ହେଉଛି ପଞ୍ଚୁକର ଦ୍ବିତୀୟ ଦିନ । ଏହି ଅବସରରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରଦ୍ଧାଳୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ  । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ  ସେ ସମୟରେ ବ୍ରଜ ଦାଣ୍ଡ ରେ ଏହି ରୂପରେ ଅକ୍ରୁର ଦର୍ଶନ କରିଥିଲେ। ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଅଛି । ଏହି ବେଶରେ ଠାକୁର ମାନେ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୂଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୂଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୂଡ଼ା ବେଶ କୁହାଯାଏ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଳେ  ବୋଲି ବିଶ୍ୱାସ ରହିଛି | ତେବେ ଆସନ୍ତାକାଲି ମହାପ୍ରଭୁ ତିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ |

Comments are closed.