ବ୍ରହ୍ମପୁର: ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପାଦଦେଶର ସମୁଦ୍ର ବେଳାଭୂମିରେ ସ୍ନାନ ବେଳେ ୩ଜଣ ଛାତ୍ର ସୋମବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ହୁମ୍ମା ଚନ୍ଦ୍ରଶେଖର ସାହିର ରବୀନ୍ଦ୍ର ସ୍ୱାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ (୧୫) l ମିଳିଥିବା ସୂଚନା ମୁତାବକ ସୋମବାର ଅପରାହ୍ନରେ ଜଗନ୍ନାଥ ଓ ତାଙ୍କର କେତେକ ସାଙ୍ଗ ବଟେଶ୍ୱର ମହାଦେବ ପୀଠ ସନ୍ନିକଟ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସ୍ନାନ ବେଳେ ତିନିଜଣ ଛାତ୍ର ଉଚ୍ଚ ଜୁଆରରେ ଗଭୀର ଜଳରାଶି ଭିତରକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋେକ କଷ୍ଟ ସ୍ବୀକାର କରି ତିନିଜଣଙ୍କୁ ଉଦ୍ଧାର କରିଥିଲେ l ହେଲେ ସେତେବେଳକୁ ଜଗନ୍ନାଥ ସଂଜ୍ଞାହୀନ ହୋଇଯାଇଥିଲେ l ଜଗନ୍ନାଥଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପରିବାର ଲୋକେ ପହଞ୍ଚିବା ପରେ ଅଭାବନୀୟ ସ୍ଥିତି ଉପୁଜିଥିଲା। ମୃତ ପୁଅର ଚକ୍ଷୁଦାନ କରିବାକୁ ବାପା ରବୀନ୍ଦ୍ର ସ୍ୱାଇଁ ଘୋଷଣା କରିଛନ୍ତି l ମୃତ ଛାତ୍ର ଜଣକ ହୁମ୍ମା ବୀରଭଦ୍ର ହାଇସ୍କୁଲର ଦଶମ ଶ୍ରେଣୀରେ ପଢୁଥିଲେ।
BREAKING NEWS
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
Comments are closed.