Latest Odisha News

BREAKING NEWS

ରାଉରକେଲା ଆଂଚଳିକ କଳିଙ୍ଗ ହର୍ବଲ ମେଳା ନଭେମ୍ବର ୧୭ ରୁ

ରାଉରକେଲା : ଆଂଚଳିକ କଳିଙ୍ଗ ହର୍ବଲ ମେଳା ୧୭ ନଭେମ୍ବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ।  ରାଉରକେଲା ବନଖଣ୍ଡ ଅଧିକାରୀ  ଯଶୋବନ୍ତ ସେଠୀ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି। ମେଳା ସକାଳ ୬ଟାରୁ ସଂଧ୍ୟା ୯ ଟା ପର୍ଯ୍ୟନ୍ତ ଚାଲିବ।

ଏହି ମେଳା ରାଉରକେଲା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଓ ରାଜ୍ୟ ଓୌଷଧିୟ ବୃକ୍ଷ ପରିଷଦ , ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଉଛି। ଏହି ମେଳାରେ ରାଜ୍ୟର କୋଣ ଅନୁକୋଣରୁ ଵୈଦ୍ୟ ମାନେ ଅଂଶଗ୍ରହଣ କରି ପାରପାରିଂକ ଚିକିତ୍ସା ଏବଂ ଔଷଧ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବେ।

ଏଥି ସହିତ ମେଳା ରେ ସ୍ବୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି, ଔଷଧିୟ ବୃକ୍ଷ ବିତରକ, ସରକାରୀ ଓ ବେସରକାରୀ ସଂସ୍ଥା ସାମିଲ ହେବେ । ମେଳା ରେ ପ୍ରଥମ ଥର ପାଇଁ ଅର୍ଗାନିକ ଫୁଡ ର ବ୍ୟବସ୍ଥା କରାଯିବ ଯାହାକି ଆକର୍ଷଣ ର କେନ୍ଦ୍ର ହେବ ବୋଲି ଶ୍ରୀ ସେଠୀ କହିଥିଲେ। ମୋଟ ୮୦ ଗୋଟି ଷ୍ଟଲ ଲାଗିବ।

ଏହି ମେଳାରେ ବୈଦ୍ୟମାନେ ମାଗଣାରେ ପରାମର୍ଶ ଦେବେ, ସକାଳେ ଯୋଗ ଶିକ୍ଷା ପ୍ରଦାନ କରାଯିବ ଜନ ସାଧାରଣ ଏହାର ଲାଭ ନେଇ ପାରିବେ ବୋଲି ଶ୍ରୀ ସେଠୀ କହିଛନ୍ତି।  କ୍ରେତା ବିକ୍ରେତା ମିଟ, ବୈଦ୍ୟ ସମ୍ମିଳନୀ କର୍ମଶାଳା, ଔଷଧିୟ ବୃକ୍ଷ ପ୍ରଦର୍ଶନୀ ଓ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାମ୍ବାଦିକ ସମ୍ମିଳନୀରେ ଏସିଏଫ ରାଉରକେଲା ସାଲବିନ୍ଦର ସିଂହ ଓ ସୌମ୍ୟରଂଜନ ଗୋଛାୟତ ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ଉପସ୍ଥିତ ଥିଲେ।

Comments are closed.