Latest Odisha News

ଛାଡ଼ଖାଇ ପାଳିବା ପୂର୍ବରୁ ଜାଣନ୍ତୁ; ଓଡ଼ିଆଙ୍କ ପସନ୍ଦର ଖାଦ୍ୟ କ’ଣ ଆମିଷ ନା ନିରାମିଷ?

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା ସହିତ ଥିଲା ଚନ୍ଦ୍ରଗ୍ରହଣ। ତେଣୁ ହିନ୍ଦୁ ପରମ୍ପରା ଅନୁଯାୟୀ ଆଜି ସାଧାରଣତଃ ଲୋକମାନେ ନିରାମିଷ ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତି। ହେଲେ ହେତୁବାଦୀ ଓ ପରମ୍ପରାକୁ ସମର୍ଥନ କରିବାକୁ ଯାଇ ରାଜଧାନୀରେ  ହାଇଡ୍ରାମା ଦେଖିବାକୁ ମିଳିଛି। ତେଣୁ ଚନ୍ଦ୍ରଗ୍ରହଣ ବେଳେ କିଛି ଚିକେନ୍ ବିରିଆନୀ ଖାଇଥିବା ଦେଖିବାକୁ ମିଳିଛି। ରାତିପାହିଲେ ଛାଡଖାଇ ତେଣୁ ବଜାରରେ ଆମିଷର ଚାହିଦା ରହିବ। ଏହାପୂର୍ବରୁ ଜାଣନ୍ତୁ ଓଡ଼ିଆଙ୍କ ପସନ୍ଦର ଖାଦ୍ୟ କ’ଣ ଆମିଷ ନା ନିରାମିଷ?

ତେବେ ଆଜିକାଲି ଲୋକଙ୍କ ଖାଦ୍ୟ ଶୈଳୀ ଓ ବଜାରରେ ମିଳୁଥିବା ଖାଦ୍ୟକୁ ଦେଖିଲେ ଅଧିକାଂଶ ଆଇଟମ ଆମିଷ ଉପରେ ରହିଛି। ଯଦି ଏକାଠି ଥିବା କିଛି ଫାଷ୍ଟ ଫୁଡ ଦୋକାନକୁ ଯଦି ଯିବେ ତାହେଲେ ଆଜିକାଲି ଅଧିକାଂଶ ଆମିଷ ଖାଦ୍ୟ ଉପରେ ଅଧିକାଂଶ ଲୋକଙ୍କ ପସନ୍ଦ ରହିଛି। ଏହି ସମୟରେ ଷ୍ଟେଟସ ଅଫ୍ ଇଣ୍ଡିଆ ନାମକ ଏକ ଟ୍ବିଟର ଆକାଉଣ୍ଟ ଏକ ରିପୋର୍ଟ ଉପସ୍ଥାପନ କରିଛି। ଯେଉଁଥିରେ ଦେଶରେ କେତେ ଜଣ ଲୋକ ଆମିଷ ଉପରେ ନିର୍ଭର ଶୀଳ ଏବଂ ବିଭିନ୍ନ ରାଜ୍ୟରେ ଆମିଷ ଓ ନିରାମିଷ ଖାଦ୍ୟ ଉପରେ କେତେ ନିର୍ଭରଣୀଳ ସେ ନେଇ ରିପୋର୍ଟ ପ୍ରକାଶ ପାଇଛି।

ଯେଉଁଥିରେ ସାରା ଦେଶର ମୋଟ୍ ୧୯ ପ୍ରତିଶତ ଶାକାହାରୀ ରହିଛନ୍ତି। ୫୬.୫ ପ୍ରତିଶତ ସହିତ ସର୍ବାଧିକ ଶାକାହାରୀ ରାଜସ୍ଥାନରେ ରହିଛନ୍ତି। ଓଡ଼ିଶାରେ ୩.୯ ପ୍ରତିଶତ ରହିଛି। ଏମାନେ ମାଛ, ମାଂସ କିମ୍ବା ଅଣ୍ଡା ଖାଆନ୍ତି ନାହିଁ। ତେଣୁ ଅଧିକାଂଶ ଓଡ଼ିଆ ଖାଇବା ପ୍ଲେଟରେ ଆମିଷକୁ ପସନ୍ଦ କରୁଥିବା ଏହି ରିପୋର୍ଟରୁ ଜଣାପଡିଛି।

ରିପୋର୍ଟ ଅନୁଯାୟୀ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟା ବିଭାଗର ୨୦୧୯-୨୦୨୧ର ସର୍ଭେ ରିପୋର୍ଟ ଅନୁଯାୟୀ ମୋଟ୍ ୭ ଲକ୍ଷ ୨୪ ୧୧୫ ଜଣ ମହିଳା ଏବଂ ୯୩ ହଜାର ୧୧୪ ଜଣ ପୁରୁଷ ରହିଥିଲେ। ଏମାନଙ୍କ ବୟସ ୧୫ରୁ ୪୯ ବର୍ଷ ମଧ୍ୟରେ ରହିଛି।

ସେହିପରି ଅଳ୍ପ କିଛି ଲୋକ ଯେଉଁମାନେ ଅଣ୍ଡା ଖାଇନ୍ତି କିନ୍ତୁ ମାଂସ ଖାଆନ୍ତି ନାହିଁ ସେମାନେ ମଧ୍ୟ ନିଜକୁ ଶାକାହାରୀ ବୋଲି ଭାବନ୍ତି।

ଏପରି ଦେଖିଲେ  ୨୩%  ଲୋକ ମାଂସ, ମାଛ ଖାଆନ୍ତି ନାହିଁ କିନ୍ତୁ ଅଣ୍ଡା ଖାଇନ୍ତି।

ସେହିପରି ଯଦି ଆପଣ ଭାରତରେ ମାଂସ କେତେ ଜଣ ବାରମ୍ବାର ଖାଇବାକୁ ଆଗ୍ରହୀ ଦେଖିବେ ତାହେଲେ ଦେଶରେ ସପ୍ତାହକ ମଧ୍ୟରେ ୫୧% ମାଂସ ଖାଆନ୍ତି ଏବଂ ମହିଳାମାନେ ପୁରୁଷଙ୍କ ତୁଳନାରେ କମ୍ ଏବଂ ବାରମ୍ବାର ମାଂସ ଖାଇବାରେ ରୁଚି ରଖନ୍ତି ନାହିଁ ବୋଲି ଜଣାପଡିଛି।

ରିପୋର୍ଟ ଅନୁଯାୟୀ ଏହି ହାରରୁ ପୁରୁଷ ମାନଙ୍କ ମଧ୍ୟରୁ ପ୍ରତିଦିନ ୮ ପ୍ରତିଶତ ମାଂସ ଖାଆନ୍ତି, ୪୯ ପ୍ରତିଶତ ସପ୍ତାହରେ ଖାଆନ୍ତି ସେହିପରି ୨୬ ପ୍ରତିଶତ ଏବଂ ୧୭ ପ୍ରତିଶତ ସପ୍ତାହକ ମଧ୍ୟରେ କେବେ ମାଂସ ଖାଇବାକୁ ପସନ୍ଦ କରନ୍ତି ନାହିଁ। ମହିଳାଙ୍କ କ୍ଷେତ୍ରରେ ଏବା ଯଥାକ୍ରମେ ୬ ପ୍ରତିଶତ, ୩୯ ପ୍ରତିଶତ, ୨୫ ପ୍ରତିଶତ ଏବଂ ୩୦ ପ୍ରତିଶତ ରହିଛି।

ସେହିପରି ମାଂସ ଖାଇବାରେ ଓଡିଆ ଲୋକ ୭୨.୩ ପ୍ରତିଶତ ପସନ୍ଦ କରୁଥିବା ବେଳେ ସବୁଠ୍ କମ୍ ମାଂସ ଖାଆନ୍ତି ହରିଆଣା, ରାଜସ୍ଥାନ, ପଞ୍ଜାବ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଚଣ୍ଡିଗଡ, ଗୁଜରାଟ, ଉତ୍ତର ପ୍ରଦେଶ ଇତ୍ୟାଦି ରାଜ୍ୟ।

Comments are closed.