Latest Odisha News

BREAKING NEWS

ପୁରୀରେ ଆୟୋଜିତ ହେଲା ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ

ପୁରୀ: ଭାରତୀୟ ଭାଷା ଏବଂ ସଂସ୍କୃତି କେନ୍ଦ୍ର ଦିଲ୍ଲୀ ଦ୍ୱାରା ଆୟୋଜିତ ତିନ ଦିବସୀୟ ହିନ୍ଦୀଭାଷା ସମ୍ମିଳନୀକୁ ବରିଷ୍ଠ ରାଜନେତା ତଥା ଭାଷାବିତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମାରୋହକୁ ପ୍ରସିଦ୍ଧ ଶିକ୍ଷାବିତ ଓ ନ୍ୟାଶନାଲ ବୁକ ଟ୍ରଷ୍ଟର ପ୍ରଫେସର ମାନସ ରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ କେନ୍ଦ୍ରୀୟ କାର୍ଯ୍ୟାଳୟର ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ । ଭାରତର ସମସ୍ତ ଭାଷାକୁ ବାନ୍ଧି ରଖିବାରେ ହିନ୍ଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ହିନ୍ଦାରେ କାର୍ଯ୍ୟ କରିବା ନୈତିକ କର୍ତବ୍ୟ ଓ ଅଧିକାର ବୋଲି ପାଟ୍ଟଶାଣୀ କହିଥିଲେ । ଏନଟିପିସିର ମହାପ୍ରବନ୍ଧକ ଦିଗବିଜୟ ସିଂ, ନ୍ୟାଶନାଲ ଫର୍ଟିଲାଇଜର୍ସ ଲିମିଟେଡର ମହାପ୍ରବନ୍ଧକ ଦିଲବାଗ ସିଂ ଓ ଅନ୍ୟ ଅତିଥିମାନେ ହିନ୍ଦୀ ଭାଷାର ଗୁରତ୍ୱ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଖ୍ୟାତନାମା ହିନ୍ଦୀ କବି ଏବଂ ସମାଜସେବୀ କିଶନ ଖଣ୍ଡେଲୱାଲ, ହିନ୍ଦୀ ଟେକନିକ ବିଶେଷଜ୍ଞ ହରିରାମ ପଂସାରୀ, ଭାରତ ସରକାରଙ୍କ ପୂର୍ବ ନିର୍ଦ୍ଦେଶକ(ରାଜଭାଷା) ବେଦପ୍ରକାଶ ଗୌଡ ଏବଂ ନୈନୀତାଳା ଆର୍ଯ୍ୟଭଟ୍ଟ ପ୍ରେକ୍ଷଣ ବିଜ୍ଞାନ ଏବଂ ଗବେଷଣା ସଂସ୍ଥାର ହଂସା କାର୍କୀ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ଭାରତୀୟ ଭାଷା ଏବଂ ସଂସ୍କୃତି କେନ୍ଦ୍ର ସଚିବ ମହୀପାଲ ସିଂ ଏହି ଆୟୋଜନ ନେଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଲୋକସଭା ସଚିବାଳୟର ସମ୍ପାଦକ ରଣବିଜୟ ରାଓ କରିଥିଲେ ।

Comments are closed.