Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ

କୋରାପୁଟ: ବୈପାରୀହୁଡ଼ା ଥାନା ମାଳି ପଦର ଜଙ୍ଗଲରେ ପୋଲିସ, ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ୍ ବୋମା, ୫ଟି ଡିଟୋନେଟର, ଗୁଳି ସହ ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ପୁସ୍ତକ ଏବଂ ଗଞ୍ଜେଇ ଜବତ ହୋଇଛି ।

ରାମଗିରି ଫାଣ୍ଡି ଠାରୁ ୧୨ କିଲୋମିଟର ଦୂର ମାଳି ପଦର ଜଙ୍ଗଲରେ ମାଓ କ୍ୟାମ୍ପ ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଖବର ପାଇ ଗୁରୁବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ମାଓବାଦୀ ବିରୋଧୀ ଅପରେସନ୍ । ମାଲିପଦର ଗାଁକୁ ଘେରି ରହିଥିବା ୧୦ରୁ ୧୫ ସଶସ୍ତ୍ର ମାଓବାଦୀ ପୋଲିସକୁ ଦେଖି ଅତର୍କିତ ଗୁଳିମାଡ଼ କରିଥିଲେ ।

ଏସଓଜିର ପାଲଟା ଗୁଳିମାଡ଼ରେ ୨ ଜଣ ପୁରୁଷ ମାଓବାଦୀ ନିହତ ହୋଇଛନ୍ତି । ଏବେ ବି ଅପରେସନ୍ ଜାରି ଥିବା ସୂଚନା ଦେଇଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ।

Leave A Reply

Your email address will not be published.